Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bibhuti Bhusan Mohanty

Romance Tragedy

4.0  

Bibhuti Bhusan Mohanty

Romance Tragedy

ତା ସ୍ମୁତି ହୃଦୟରୁ ଲିଭେ ନାହିଁ

ତା ସ୍ମୁତି ହୃଦୟରୁ ଲିଭେ ନାହିଁ

1 min
215


ତା ସହ ଭେଟିବାକୁ ଇଚ୍ଛା ଅଛି ବହୁତ କିନ୍ତୁ,

ଭେଟିବାର ସେଇ ଋତୁ ଏବେ ଆଉ ଆସୁନାହିଁ।

କରେ ଯେତେବି ଚେଷ୍ଟା ହୃଦୟ କୁ ବୁଝେଇବାକୁ କିନ୍ତୁ,

ତା ସ୍ମୁତି ସବୁ ଏ ହୃଦୟରୁ ସହଜରେ ଲିଭୁ ନାହିଁ।


ପ୍ରେମର ରାସ୍ତାରେ ସେ ମୋତେ ନେଇଯାଇଥିଲା....

ମୋ ହାତ ଧରି ସେଇ ଗଳିରେ...

ମୁଁ ବି ଚାଲିଲି ସେଇ ରାସ୍ତାରେ କିନ୍ତୁ,

ଏବେ ମୋ ପଛରେ ସେ ତ ଆଉ ଆସୁନାହିଁ 

କରେ ଯେତେବି ଚେଷ୍ଟା ହୃଦୟକୁ ବୁଝେଇବାକୁ କିନ୍ତୁ,

ତା ସ୍ମୁତି ସବୁ ଏ ହୃଦୟରୁ ସହଜରେ ଲିଭୁ ନାହିଁ।


ସାଥୀ ହୋଇ ଚାଲିବା ସବୁଦିନ ସେ ହିଁ କହିଥିଲା,

 ସାଥୀ ହୋଇ ଜିଇଁବା-ମରିବାର ପ୍ରତିଜ୍ଞା ସେ ହିଁ କରିଥିଲା।

ପଥିକ ଭଳି ଚାହିଁ ରହିଛି ତା ଆସିବା ବାଟକୁ କିନ୍ତୁ,

ସେ ତ ଏବେ ଆଉ ଏଇ ରାସ୍ତାରେ ଆସୁ ହିଁ ନାହିଁ

କରେ ଯେତେବି ଚେଷ୍ଟା ହୃଦୟକୁ ବୁଝେଇବାକୁ କିନ୍ତୁ,

ତା ସ୍ମୁତି ସବୁ ଏ ହୃଦୟରୁ ସହଜରେ ଲିଭୁ ନାହିଁ।


କଣ ହେଇଥିଲା ଭୁଲ ମୋତେ ବୁଝାଅ ତ,

ଏ ବିଚ୍ଛେଦର କାରଣ କଣ ବୁଝାଅ ତ,

ମୁଁ ପଚାରି ଚାଲିଲି ତାକୁ କିନ୍ତୁ,

ସେ କେବେ ବି କିଛି ହେଲେ କହିଲା ନାହିଁ।

କରେ ଯେତେ ବି ଚେଷ୍ଟା ହୃଦୟକୁ ବୁଝେଇବାକୁ କିନ୍ତୁ,

ତା ସ୍ମୁତି ସବୁ ଏ ହୃଦୟରୁ ସହଜରେ ଲିଭୁ ହିଁ ନାହିଁ।



Rate this content
Log in

Similar oriya poem from Romance