ସୂରୁଯ ଉଇଁଲେ
ସୂରୁଯ ଉଇଁଲେ
ସୂରୁଯ ଉଇଁଲେ
ରାତି ପାହି ଯାଏ,
ସୁଗୁଣ ବଢ଼ିଲେ,
ମନ ସଫା ରହେ।
ମଧୁରତା ଥିଲେ,
କଥା ଭଲ ଲାଗେ,
ଚାଲିବା ଟା ଭଲ,
ଗଲେ ବେଗେ ବେଗେ ।
ମନ ଯା' ସୁନ୍ଦର,
ମୁଁହ ତା 'ସୁନ୍ଦର,
ଭାବେ ନାହଁ କା'କୁ,
ପର ବା ନିଜର।
ଫଲ କୁ ଆଦର,
ସୁଗନ୍ଧ ଯାହାର,
ନର କୁ ଆଦର,
ନୁହେଁ ସ୍ଵାର୍ଥପର ।
ନିଶି ଟି ସରସ,
ଯୋଛନା ପରଶ,
ପୁଅଟି ସରସ,
ରଖେ କୁଳ ଯଶ ।
ଦୁହିତା ଯେ ହିତା,
ଘରେ ପିତା ମାତା,
ଶ୍ବଶୁର ଘରେ ସେ,
ଜଗତରେ ଜିତା ।
ମଣିଷ ସେ ସତ,
କଲେ ପର ହିତ,
କଳଙ୍କ ଯାହାର ,
ପଶି ନାହିଁ ପାଶ ।
ଗଲେ ଯାଉ ପ୍ରାଣ,
ରଖ ତୁମ ପଣ,
ଭଲ ମୁହିଁ ବୋଲି,
ରଖ ରେ ପ୍ରମାଣ ।