ସୁନା ପରୀ
ସୁନା ପରୀ
ତୋରି ଆଶ୍ରାରେ ଆଶ୍ରିତ ମୁଁ ମା
ତୋ ପାଦ ତଳେ ସମର୍ପିତ ଲୋ, ମୁଁ, ମା
ଚିନ୍ତା ନାହିଁ ଆଉ ମୋର ଆଗ ମୁହୂର୍ତ୍ତକୁ
ବଢି ଚାଲେ ଆଗକୁ ମୁଁ, ଭୁଲି ପଛ କଥାକୁ ।
ଯେବେ ଯେବେ ଡର ଲାଗେ
ତୁ ନେଉ ମୋତେ କୋଳାଇ
ଯେବେ ଯେବେ ମନ ଥରି ଯାଏ
ମନକୁ ତୁ ଦେଉ ମୋର ବୁଝାଇ ।।
ତଥାପି,
କେବେ କେବେ ହୃଦୟ ମୋ ହୋଇଯାଏ ଅଥୟ
କେତେ ବିଚାର ମଧ୍ଯେ ମୁଁ, ଗଢିତୋଳେ ପୁଣି ଭୟ
ସେହି ମୁହୂର୍ତ୍ତରେ ତୁ ଠିଆ ହୋଇ ମୋ ପାଖେ
ହାତ ଧରି ଦେଇଥାଉ ଆଶ୍ୱାସନାର ଅନୁଭବ ।।
ଆକାଶର ସୁନା ପରୀ ପରି ଓହ୍ଲାଇ ଆସି ତୁ ଧରାକୁ
କହିଦେଉ କେତେକଥା ତୋର ଗୋଟି ଗୋଟି ପିଲାକୁ
ପୁଣି ବୁଝାଇଦେଉ ତୁ, ଅଥୟ ନ' ହେବାକୁ
ଶାନ୍ତ, ଧୀର ମନ ସହ ବିଶ୍ବାସକୁ ଆପଣେଇବାକୁ ।।
ମୋ ସୁନା ପରୀ ତୁ, କେଡେ ସୁନ୍ଦର ତୋ ଭାବ
ଅସରନ୍ତି ସ୍ନେହ ସହ ମଧୁମୟ ତୋର ହସ
ସବୁ କଥା ଜାଣୁ ତୁ, ସବୁ କଥା ବୁଝୁ ମୋର
ତୋ ପାଖରେ ରହିଛି ମୋ ସବୁ ପ୍ରଶ୍ନର ଉତ୍ତର ।।