STORYMIRROR

Kanduri Charan Rout

Children

3  

Kanduri Charan Rout

Children

ସୁନା ପିଲା ମୁଁ ହେବି

ସୁନା ପିଲା ମୁଁ ହେବି

1 min
220



ସୁନା ପିଲା ମୁଁ ହେବି

ସଅଳ ଉଠି ନିତିଦିନିଆ

କାମକୁ ସାରିଦେବି ।

ସୁନା ପିଲା ମୁଁ ହେବି..


କାଲିର କାମ ଆଜି କରିବି

ଆଜି କାମକୁ ଏବେ

ଆଜିର ପାଠ ଆଜି ପଢିଲେ

କଷ୍ଟ ହେବନି କେବେ

ପରୀକ୍ଷା ବେଳେ ନ ଥିବ ଚିନ୍ତା

ମନେ ରଖିଥା ବେବୀ ।

ସୁନା ପିଲା ମୁଁ ହେବି....


ଖେଳ ସମୟେ ଖେଳିବି ଖେଳ

ପଢା ବେଳରେ ପାଠ

ଗୁରୁଜନଙ୍କ କଥାକୁ ମାନି

ହୋଇବି ଭଲ ଚାଟ 

ବାପାମାଆଙ୍କୁ କରିବି ପୂଜା

ତା'ଙ୍କ ଚରଣ ସେବି ।

ସୁନା ପିଲା ମୁଁ ହେବି ....



Rate this content
Log in

Similar oriya poem from Children