Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Nanda

Others

4  

Kalyani Nanda

Others

ସୁଖ, ଦୁଃଖ ର ଜୀବନ

ସୁଖ, ଦୁଃଖ ର ଜୀବନ

1 min
251


ସଂସାର ସାଗରେ ଜୀବନ ତରୀ,

ସମୟ ଆହୁଲା ନେଉଥାଏ ବାହି,

ଶାନ୍ତ ଜଳେ କେବେ ତରୀ ଭାସୁଥାଏ,

କେବେ ଢେଉ ତାକୁ ଦୋହଲାଇ ଦିଏ।


 ସ୍ଥିର ଜଳେ ତରୀ ଭାସୁଥାଏ ଆନନ୍ଦରେ ବାଆ ସାଥେ,

 ସୁଖର ସଂସାରେ ଜୀବନ ବିତିଯାଏ ଖୁସିରେ ଖୁସିରେ,

 ହେଲେ ଦୁଃଖ ଆସି ଜୀବନକୁ ବେଳେ ଦୋହଲାଇ ଦିଏ,

 ସୁଖ, ଦୁଃଖକୁ ନେଇ ସମୟ ଜୀବନ ସାଥେ ଖେଳୁଥାଏ।


 ଜୀବନର ପଥେ ଭରିଛି ଯେ କେତେ କଣ୍ଟା,ଫୁଲେ,

 ଦୁଃଖର କଣ୍ଟକ ଆଘାତେ ଜୀବନଟା ଯେବେ ହନ୍ତସନ୍ତ ହୁଏ,

 ସୁଖର ସୁମନ ସୌରଭେ ପୁଣି ଜୀବନ ଖିଲି ଖିଲି ହସୁଥାଏ,

 ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ ଆସୁଥାଏ, ଯାଉଥାଏ।


 ରହି ନାହିଁ କିଛି, ରହେନି କେବେ ଏ କ୍ଷଣିକ ଜୀବନରେ,

 ସୁଖ, ଦୁଃଖ ଯେ ଅତିଥି ପରାଏ ଆସି ପୁଣି ଚାଲି ଯାଏ। 


 #ଚତୁର୍ଥ ମହା ସପ୍ତାହ, ଚତୁର୍ଦ୍ଦଶ ପଦୀ କବିତା


             



Rate this content
Log in