Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Inspirational

4.5  

Jayashree Maharana

Inspirational

ସୁବର୍ଣ୍ଣ ଦିନ

ସୁବର୍ଣ୍ଣ ଦିନ

1 min
242


ବିତିଯାଇଅଛି ସେ ସୁବର୍ଣ୍ଣଦିନ

ରହିଅଛି ସ୍ମୃତି ଚିହ୍ନ

ନୀରବ ନିଶ୍ଚଳ କୀର୍ତ୍ତିରାଜି ଦେହେ

ଯୁଗ ଯୁଗ ଅମଳିନ ।


କାହିଁ କେଉଁଦିନୁ ରାଜତନ୍ତ୍ର ଲୋପ

ନାହିଁ ଆଉ ସିଂହାସନ

ଐର ଖାରବେଳ ପୁରୁଷୋତ୍ତମଙ୍କ

ଖ୍ୟାତି ହୋଇନାହିଁ ମ୍ଳାନ ।


ନରସିଂହ ଦେବ ନାହାନ୍ତି ମରତ୍ତେ

କୋଣାରକ ଜନପୂର୍ଣ୍ଣ

ଧର୍ମାଶୋକ ଗାଥା ଧଉଳି ବଖାଣେ

ଦୟା କହେ ମାଟି ପୂଣ୍ୟ ।


ନାହିଁ ସେ ଉତ୍କଳ ପରାଧୀନତାର

ଶୋଷଣ କଷଣ ତାନ

ବୀରତ୍ୱ ଆହ୍ୱାନ ବାରବାଟୀ ସାକ୍ଷୀ

ରହିଥିବ ଚିରଦିନ ।


ବୀର ସୁଭାଷଙ୍କ ମୃତ୍ୟୁ ସନ୍ଦିହାନ

ସୁଯଶ ହୋଇନି କ୍ଷୁର୍ଣ୍ଣ

ମେଦିନିପୁରର ମାଟି ଝୁରୁଅଛି

ଜୟୀରାଜ ବଳିଦାନ ।


କେଉଁଠି ତ କାହିଁ ଶୁଭୁନି ହୁଙ୍କାର

ପାଇକର ଗରଜନ

ବକ୍ସିଙ୍କ ଭାଷଣ ଆଜି ସାତସ୍ୱପ୍ନ

ତ୍ୟାଗ ସ୍ମରେ ଗୁଣିଜନ ।


ବିର୍ଷାମୁଣ୍ଡା ଆଉ ସୁରେନ୍ଦର ସାଏ

ପୁତ୍ର ପାଇ ମାଆ ଧନ୍ୟ

ନିଜର ଜୀବନ ବାଜି ଲଗାଇଲେ

ସାକ୍ଷୀ ଆଜି ଘଞ୍ଚବନ ।


ଗୋରା ସେନା ପାଇଁ ବାଧକ ସାଜିଲା

ବୀର ବାଜିଆର ପଣ

କୋଟି ଓଡ଼ିଆଙ୍କ ହୃଦୟେ ଜୀବିତ

ନାହିଁ ଧରାପରେ ପ୍ରାଣ ।


ଓଡିଆ ଜାତିର ଅସ୍ମିତା ଅନନ୍ୟ

ବିଶ୍ୱେ ଦିଏ ସନମାନ

ସେ ସୁବର୍ଣ୍ଣ ଦିନ ପ୍ରମାଣିତ କରେ

ଓଡ଼ିଶାର ସ୍ୱାଭିମାନ ।



Rate this content
Log in

Similar oriya poem from Inspirational