ସୁବିଧା ବାଦି,,,,,,,,,,,,,,,,,,
ସୁବିଧା ବାଦି,,,,,,,,,,,,,,,,,,
ନିଜର ସ୍ବାର୍ଥ ପାଇଁ
ସଦାସର୍ବଦା ସୁବିଧା
ବାଦି ଏ ଉତ୍ତାନ ପାଦ
ମର୍କଟରୁଜାତ ମନୁଷ୍ୟ ଟାକି ରହି ଚାହିଁ ବସିଥାଏ
କିପରି ଅନ୍ୟ କୁ ଖଟାଇ
ନିଜର ସୁବିଧା ହାସଲ
କରିପାରିବ, ଅନ୍ୟ ଜଣଙ୍କର
ଅସୁବିଧା କୁ ସେ ସ୍ବାର୍ଥପର
ମନୁଷ୍ୟ ଦୃଷ୍ଟି ଗୋଚର
କରିନଥାଏ ଅନ୍ୟ ଜଣକ
ପଛେ ହନ୍ତସନ୍ତ ହେଉ ସେ
ନିଜର ସ୍ବାର୍ଥ ସାଧନାରେ ହିଁ
ନିମଗ୍ନ ଥାଏ ଏମିତି ସୁବିଧା
ବାଦି ମନୁଷ୍ୟ ଏ ସଂସାରେ
ମାଳ ମାଳ ଦୃଷ୍ଟି ଗୋଚର
ହୁଅନ୍ତି ଅନ୍ୟ ର ହାଡ ରକ୍ତ
ମାଂସ ଟିଙ୍କ ପରି ଶୋଷିଥାନ୍ତି
ଏମାନଙ୍କୁ ଦେଖିଲେ ପରଜୀବୀ
ପରି ଵୋଧ ହୁଅନ୍ତି
ଯେଉଁ ମାନେ ସୁବିଧା ବାଦି
ସେମାନଙ୍କ ପ୍ରକୃତି କେବେ
ବଦଳି ନଥାଏ ଅନ୍ୟ ର
ସୁବିଧା ନେଇ ସେମାନେ
ଵଞିବାର ମଜା ଇଠାନ୍ତି