STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ସୁବିଚାର

ସୁବିଚାର

2 mins
9



ସକାରାତ୍ମକ ଚିନ୍ତାଧାରା ମୂଖ୍ୟତଃ 

ହୃଦୟର ସୁବିଚାର 

ବୁଦ୍ଧି,ବିବେକ ଓ ଜ୍ଞାନ ପ୍ରଭାବରେ

ସୁବିଚାର ର ବ୍ୟାପାର

ସୁବିଚାର ଧାରେ ପ୍ରେମ ପ୍ରୋତ୍ସାହିତ

ମୂଳଦୁଆ ସମ୍ପର୍କର 

ସୁଫଳ ସହଜେ ହୁଏ ଉପଲବ୍ଧ

ସୁବିଚାର ହିଁ ଆଧାର 


ଉତ୍ତମ ମନୋବୃତ୍ତିଧାରୀ ବ୍ୟକ୍ତିତ୍ଵ

ସଦଚାରୀ ଭାବେ ଗଣା

ସଦାଚାରୀ ବ୍ୟକ୍ତି ସର୍ବଦା ପ୍ରସନ୍ନ 

ହୃଦୟେ ସ୍ୱଚ୍ଛ ଭାବନା

ସଚ୍ଚରିତ୍ର ସୁଆଚରଣ ସହିତ

ସାଧୁ ଉଦ୍ୟମ ବଳରେ

ପ୍ରକଟିତ ହୁଏ ସଂସ୍କୃତି ର ଛାପ

ମଣିଷ ମନୋଭାବରେ

ସୁସଂହତ ଆଚରଣ ସହିତରେ

ସଂସ୍କୃତି ର ପ୍ରକାଶିତ

ସଂସ୍କୃତି ଅଟଇ ଅଳଙ୍କାର ସମ

ମଣିଷ ସ୍ବଭାବ ଗତ

ମଣିଷ ଜୀବନ ଜଟିଳ ବ୍ୟାପକ

ପୁଣି ବିଚିତ୍ର ଚରିତ୍ର

ଆଚରଣ ଉଚ୍ଚାରଣ ସହଯୋଗେ

ସଂସ୍କୃତି ପରିସ୍ଫୁଟିତ 

ଇନ୍ଦ୍ରିୟ ଅଧୀନ ବିନା ଯଦି ହୁଏ

ଇନ୍ଦ୍ରିୟକୁ ବଶୀଭୂତ

ଷଡ ରିପୁ ସହ ଇନ୍ଦ୍ରିୟ ଦମନ

ସଦାଚାର ପାଇଁ ହିତ


ହିଂସା ଈର୍ଷା ଘୃଣା ମନୋଭାବ ଦ୍ଵାରା

ବିପଥଗାମୀ ସୂଚନା

ଦୟା କ୍ଷମା ସତ୍ୟ ଅହିଂସା ବଳରେ

ସଦାଚାର ର ପ୍ରେରଣା

ସଂସାରେ ଯେପରି ଜ୍ଞାନୀ ବ୍ୟକ୍ତି ନିଜ

ଲକ୍ଷଣ ପ୍ରକାଶ କରେ

ଅଜ୍ଞାନୀ ମଣିଷ ନିଜ ପରିଚୟ

ଅଜ୍ଞତା ଆକାରେ କରେ

ସଦାଚାର ଓ ସୁବିଚାର ବଳରେ 

ସମସ୍ୟାର ସମାଧାନ 

ପ୍ରକୃତ ଜ୍ଞାନୀ ର ପରିଚୟ ମୂଳେ

ସଦାଚାର ର ଲକ୍ଷଣ


ଶାସ୍ତ୍ର ମତେ ଲକ୍ଷ୍ମୀ ଆଚାରେ ବସତି 

ପୁଣି ବିଚାରେ ପଣ୍ଡିତ

ସଦାଚାର ସହ ସୁବିଚାର ଗୁଣ 

ଅଙ୍ଗାଙ୍ଗିଭାବେ ଜଡ଼ିତ

ବ୍ୟକ୍ତିତ୍ଵ ସହିତ ସଦାଚାର ସଦା

ନିବିଡ ଭାବେ ଜଡ଼ିତ 

ଜୀବନ ନାଟକେ ପ୍ରତି ଅଭିନୟ

ଆଚାର ବିଚାର ଗତ 

ଉତ୍ତମ ବ୍ୟକ୍ତିତ୍ଵ ରହେ ଶୀ

ର୍ଷ ସ୍ଥାନେ

ସମ୍ମାନ ସହିତ ଶାନ୍ତି

ସବୁରି ହୃଦରେ ରହି ଯାଏ ଛାପ

ବ୍ୟକ୍ତିତ୍ୱର ରୀତି ନୀତି 


" ମହଜନୋ ଯେନ ଗତଃ ସ ପନ୍ଥା" ର 

ପ୍ରବାଦ ର ଧାରେ ଧାରେ 

ସାଧୁ ଜନ ଆଚାର ହିଁ ସଦାଚାର

ଭାବ ମଣିଷ ମନରେ

ସଦାଚାର ଭାବ ସବୁରି ଆଦର 

ସତେ ଫୁଲର ସୁବାସ 

ମହକି ଉଠଇ ଜନ ମାନସରେ

ସହଜେ ମିଳେ ଆଭାସ

ଉଦାର ଭାବନା ସ୍ୱଚ୍ଛ ବିଚାରରେ

ମନ ସଦା ନିର୍ବିକାର

ସତ୍ୟ ଧର୍ମ କ୍ଷମା ଶାନ୍ତ ନମ୍ର ଗୁଣେ 

ଆପେ ଜାତ ସଦାଚାର

ପିତାମାତା ଗୁରୁଜନଙ୍କ ବଚନ

ମାନି ଅକ୍ଷରେ ଅକ୍ଷରେ 

ଘରେ ହିଁ ଚରିତ୍ର ଗଠନ ସମ୍ପ୍ରତି

ମୂଳଦୁଆ ଆକାରରେ

ପିତାମାତା ପୁଣି ଜ୍ଞାନ ଦାତା ଗୁରୁ

ଆଜ୍ଞା ପାଳନ ସହିତ

ମଧୁର ବିନୟ ବଚନ ସ୍ୱଭାବେ

ଜୀବନରେ ହେଉ ବ୍ରତ


କୋମଳ ହୃଦୟ ବିଦୀର୍ଣ୍ଣ ପ୍ରାୟତଃ

ଶୁଣି ବାଣୀ ଅହଂ ପୂର୍ଣ୍ଣ 

ଛଳନା ଭିତ୍ତିକ ଆଚାର ବିଚାରେ

ନିବିଡ଼ତା ଦୁର୍ଗ ଭଗ୍ନ

ହେୟ ଜ୍ଞାନ ଅବା ଅଣଦେଖା ଧାରେ

ସ୍ନେହ ସମ୍ପର୍କ ବି କ୍ଷୁର୍ଣ୍ଣ 

ବେପାରୁଆ ଭାବ ବା ସମାଲୋଚନା

କ୍ରମେ ବିଶ୍ୱାସ ମଳିନ


ଭାରତୀୟ ସଂସ୍କୃତିରେ ସମଭାବ

ଶାନ୍ତି ମୈତ୍ରୀ ଅହିଂସାର

ନାହିଁ ଭେଦ ଭାବ ଜାତି ବର୍ଣ୍ଣ ଧର୍ମେ 

ନିରପେକ୍ଷ ସୁବିଚାର

ପ୍ରବାଦ ଭିତ୍ତିକ ଶବ୍ଦ ଗୁଛ ପ୍ରାୟ

ଜ୍ଞାନୀ ପଣ୍ଡିତ ମୁଖରେ

ଶିଷ୍ଟାଚାର ,ସଦ୍ଭାବ ଓ ସୁବିଚାର

ବ୍ୟକ୍ତ ପ୍ରବଚନ ଧାରେ 

ପାତର ଅନ୍ତର ପୁଣି ଅବିଚାର

ସାଥେ ଅଛି ଭ୍ରଷ୍ଟାଚାର 

ସମାଚାର ଧାରେ ପ୍ରଚାର ପ୍ରସାର

ନାହିଁ ତାର ପ୍ରତିକାର

ସୁବିଚାର ବିନା ବ୍ୟଭିଚାର ଆଜି

ପ୍ରତି କ୍ଷେତ୍ରରେ ସଞ୍ଚାର 

ନାଚାର ଲାଚାର ନାହିଁ ଉପଚାର

ସୁପ୍ତ ପ୍ରାୟ ସୁବିଚାର



Rate this content
Log in

Similar oriya poem from Abstract