ସତ୍ୟମ୍ ଶରଣମ୍ ଗଚ୍ଛାମି
ସତ୍ୟମ୍ ଶରଣମ୍ ଗଚ୍ଛାମି

1 min

13.7K
ଅନ୍ତର୍ଦାହ...
ଜନ୍ମ ଓ ମୃତ୍ୟୁକୁ ନେଇ,
ହସ ଓ ଲୁହକୁ ନେଇ,
ଓଠ ଓ ଆଖି ଭିତରେ,
ସତ ଓ ମିଛ ମଝିରେ।
ଅନ୍ତର୍ଦ୍ବନ୍ଦ୍ବ...
ଆରମ୍ଭ ଓ ଶେଷକୁ ନେଇ,
ବାସ୍ତବ ଓ ଅବାସ୍ତବକୁ ନେଇ,
ପ୍ରକୃତି ଓ ମଣିଷକୁ ନେଇ,
ମନ ଓ ବିବେକକୁ ନେଇ
Advertisement
v>
ଅନ୍ତର୍ଘାତ...
ପ୍ରୀତି ଓ ପ୍ରତାରଣା ମଝିରେ,
ନ୍ୟାୟ ଓ ଅନ୍ୟାୟ ଭିତରେ,
ଧର୍ମ ଓ ଅଧର୍ମକୁ ନେଇ,
ପାପ ଓ ପୁଣ୍ୟ ଭିତରେ।
ପରିଶେଷରେ...
ପରିଣାମ......
ଭାଜ୍ୟ ଓ ଭାଜକକୁ ନେଇ
ଭାଗଫଳ, ସେଇ ବୁଦ୍ଧ ସ୍ତୁତି,
ସତ୍ୟମ୍ ଶରଣମ୍ ଗଚ୍ଛାମି ।