Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ସତ୍ୟାଗ୍ରହ

ସତ୍ୟାଗ୍ରହ

1 min
140



   ହେ ହେ ଯୁବକ ଛାତ୍ର

   ରଖ ସତ୍ୟରେ ଆଗ୍ରହ

   ଗାନ୍ଧୀ ବୁଢ଼ାର ସତ୍ୟ ଅହିଂସା ରେ

   ରଖ ତିଳେ ତୁମ ଆଗ୍ରହ ।


  ସତ୍ୟ, ଶାନ୍ତି, ଅହିଂସା ପୂଜାରୀ

   ଗାନ୍ଧୀ ବାଦରେ ରଖ ବାରେ ଲୟ

  ଏ ମାଟି ମା ଏ ଜାତି ର ସାହା

  ଗାନ୍ଧୀ ମହାତ୍ମା ଙ୍କ

   ନୀତି ଆଦର୍ଶ କୁ 

   ହେ ଯୁବକ ଛାତ୍ର ସମ୍ମାନ ଦିଅ ।


   ଶାନ୍ତି, ମୈତ୍ରୀ, ଏକତାର

    ପ୍ରତୀକ ସାଜି

    ଭାରତ ମାତାର କର ଜୟ ଜୟ

   ହିନ୍ଦୁ, ମୁସଲମାନ, ଶିଖ୍, ଈସାଇ

    ସର୍ବଭାରତୀୟ ଏକ ହୁଅ ।


   ଆମ ସଭିଙ୍କର ମନ୍ତ ହେଉ

    ସତ୍ୟ, ଅହିଂସା, ଧର୍ମ ଓ ନ୍ୟାୟ

   ଜାତିବାଦକୁ ହଟାଇ 

   ମାନବତା ଓ ମାନବିକତାର ଦିଅ ପରିଚୟ

   ଆମ ଜୀବନର ମୂଳ ମନ୍ତ୍ର ହେଉ

    ଆମ ସଭିଙ୍କର ମୂଳତତ୍ତ୍ଵ ହେଉ

    ସମାଜେ ସଂସ୍କାର ଆଣିବା ପାଇଁ

     ସତ୍ୟାଗ୍ରହ ଖାଲି ସତ୍ୟାଗ୍ରହ।


   ହେ ଗାନ୍ଧୀ ତୁମ ବଂଶଧର ଆମେ

     ସତ୍ୟ ପଥରେ ଆମକୁ ନିଅ

   ଏ ଦେଶୁ ଏ ସମାଜୁ

    ଦୁର୍ନୀତି ଭ୍ରଷ୍ଟାଚାର ହଟିବା ପାଇଁ

    ଯୁବକ ଛାତ୍ର ଶପଥ ନିଅନ୍ତୁ

    କରିବା ପାଇଁ

    ସତ୍ୟାଗ୍ରହ ଖାଲି ସତ୍ୟାଗ୍ରହ ।


  


     


Rate this content
Log in

Similar oriya poem from Abstract