Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Abstract Classics Inspirational

4.0  

Sambit Srikumar

Abstract Classics Inspirational

ସତ୍ୟ

ସତ୍ୟ

1 min
166


ସତ୍ୟ ହିଁ ଚିରକାଳ ହୁଏ ପରୀକ୍ଷିତ ସମୟର କଷଟିରେ

ସତ୍ଯ ହିଁ ଦେଉଥାଏ ଆପଣା ଶୁଦ୍ଧତାର ପରୀକ୍ଷା ଅଗ୍ନିରେ ।


ସତ୍ଯ ଚିରକାଳ ଅକାଟ୍ଯ ହୋଇପାରେ କ୍ଷଣିକ ବିଚଳିତ 

ସତ୍ଯ ଅପଳାପ କୁତ୍ସା ପାଶେ କେବେ ବି ନହୁଏ ପରାଜିତ।


ସତ୍ଯ ବିବାଦର କରେ ସୂତ୍ରପାତ ମାତ୍ର ଅଟେ ଚିରନ୍ତନ

ସତ୍ଯ ହିଁ ସଦା ସର୍ବଦା ଅପ୍ରିୟ ତିକ୍ତ କଟୁ ନୁହଁଇ ରୁଚିପୂର୍ଣ୍ଣ ।


ସତ୍ଯ ସହଜରେ ହୁଏ ନାହିଁ ଅନେକଙ୍କ ଉଦରରେ ଜୀର୍ଣ୍ଣ 

ସତ୍ଯବାଦୀର ହୋଇଥାଏ ଅସହିଷ୍ଣୁତାରେ ଶିରଚ୍ଛେଦନ। 


ସତ୍ଯ ପାଇଁ ଶ୍ରୀରାମ ଚନ୍ଦ୍ର କରିଥିଲେ ବନବାସ ବରଣ 

ସତ୍ଯ ପାଇଁ ହିଁ ସକ୍ରେଟିସ୍ ଦିନେ କରିଥିଲେ ବିଷପାନ ।


ସତ୍ଯାଶ୍ରିତ ସତ୍ଯାଗ୍ରହୀ ଜୀବନେ ଭୋଗଇ ନାନାଦି କଷଣ 

ସତ୍ଯ ରକ୍ଷା ଲାଗି ଅକାତରେ ଦେଇଦିଏ ଆପଣାର ପ୍ରାଣ। 


ସତ୍ଯ ଇତିହାସର ଅଥଳଗର୍ଭରୁ ଦିନେ ହୁଅଇ ଉଦ୍ଘାଟିତ

ସତ୍ଯର ଶୁଭ୍ର ଆଲୋକରେ ଦୁନିଆ ହୁଅଇ ଉଦ୍ଭାସିତ। 


Rate this content
Log in

Similar oriya poem from Abstract