STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ସତ୍ୟ ସନାତନ

ସତ୍ୟ ସନାତନ

1 min
241



ଅନାଦି ଅନନ୍ତ ତତ୍ତ୍ଵ ସତ୍ୟ ସନାତନ

ଆଦି ଅନ୍ତ ବିନା ଯାହା ସ୍ୱୟଂ ଚିରନ୍ତନ

ଧରି ରଖିବାର ଅନ୍ୟ ନାମ ଅଟେ ଧର୍ମ

ଧର୍ମ ଧାରେ ପ୍ରାକୃତିକ ନିୟମରେ କର୍ମ

ପ୍ରଚାରକ କୈନ୍ଦ୍ରିକ ବିନା ବି ସନାତନ

ଈଶ୍ୱର କୈନ୍ଦ୍ରିକ ଜ୍ଞାନ ସତ୍ୟ ସନାତନ

ବେଦ ଉପନିଷଦ ପୃଷ୍ଠାରେ ଗୁଣ ଗାନ 

ବସୁଧୈବ କୁଟୁମ୍ବକମ୍ ହିଁ ସନାତନ

ସତ୍ୟ ସନାତନ ଧର୍ମ ମଧ୍ୟେ ଏକ ମାତ୍ର

ଆଧୁନିକ ବ୍ରହ୍ମାଣ୍ଡ ବିଜ୍ଞାନ ଏକମତ 


ବିନା ମତାନ୍ଧତା, ଗୋଷ୍ଠୀବାଦ ବିବାଦ

ବ୍ରହ୍ମ ଜ୍ଞାନ ଆଧାରିତ ଧାରେ ହିଁ ଆନନ୍ଦ

ସର୍ବ ପୁରାତନ ଧର୍ମ ସତ୍ୟ ସନାତନ

ଆତ୍ମା ପରମାତ୍ମା ମିଳନ ଜନିତ ଜ୍ଞାନ

ଜୀବେ ଦୟା ହରି ନାମ ସ୍ମରଣ ସହିତ

ମାନବବାଦର ମୂଳ ମନ୍ତ୍ର ସମାହିତ 

ଆତ୍ମା ମୋକ୍ଷ ପ୍ରାପ୍ତି ସନାତନ ଧର୍ମ ଧାରେ

ଜୀବନର ପରିଭାଷା ପୁରାଣ ପୋଥିରେ


ସତ୍ୟ ସନାତନ

କହେ ସତ୍ୟର ବାରତା

ପ୍ରତିଜ୍ଞା ପାଳନ ଜୀବନର ସାର୍ଥକତା 

ସତ୍ୟ ଠାରୁ ବଳି ଧର୍ମ ନାହିଁ କିଛି ଅନ୍ୟ

ମିଥ୍ୟା ନୁହେଁ କିଛି କିନ୍ତୁ ପାତକ ସମାନ 

ଜୀବନ ଧାରଣ ମାନ ସତ୍ୟ ଧର୍ମ ଧାରେ

ସତ୍ୟ ସନାତନ ଧର୍ମ ସେହି ଅନୁସାରେ 

ମାତା ଶ୍ରେଷ୍ଠ ମିତ୍ର,ମନ୍ତ୍ର ଦାତା ଗୁରୁ,ଜ୍ଞାନ

ସତ୍ୟ ସନାତନ ଧର୍ମ ଧାରେ ହିଁ ନିଦାନ


ସତ୍ୟ ଯୁଗ ହିଁ ପ୍ରଥମ ସତ୍ୟ ପଥ ଅର୍ଥେ 

ସତ୍ୟ ବ୍ରହ୍ମ ଚିରନ୍ତନ ବ୍ୟାପକ ଜଗତେ

ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ପ୍ରବଚନର 

ଯଥାର୍ଥତା ବି ସତ୍ୟ ସନାତନ ଧର୍ମର

ବେଦ ମନ୍ତ୍ର ପୁଣି ବ୍ରହ୍ମ ରୂପରେ ବିଦିତ

ସାକାର ଓ ନିରାକାର ବ୍ରହ୍ମ ବି ପୂଜିତ

ବ୍ରହ୍ମ ସତ୍ୟ ସନାତନ ନିତ୍ୟ ନିର୍ବିକାର

ବ୍ରହ୍ମ ତତ୍ତ୍ଵ ହିଁ ସକଳ ଶକ୍ତିର ଆଧାର

ସତ୍ୟ ସନାତନ ବ୍ରହ୍ମ ସ୍ବୟଂ ଜଗନ୍ନାଥ

ଯୁଗେ ଯୁଗେ ସତ୍ୟ ସନାତନ ହିଁ ଯଥାର୍ଥ



Rate this content
Log in

Similar oriya poem from Abstract