ସତ୍ୟ ହିଁ ଧର୍ମ
ସତ୍ୟ ହିଁ ଧର୍ମ
ସତ୍ୟ ହିଁ ଈଶ୍ୱର ପରମ ସାଧନ
ଧର୍ମ ସତ୍ୟ ନାରାୟଣ
ବିବେକ ପ୍ରଯୁକ୍ତ ସତ୍ୟ ପ୍ରବଚନ
ସର୍ବାର୍ଥ ହିତ କଲ୍ୟାଣ ।
ଦୟା ପବିତ୍ରତା ଅହିଂସା ତିତିକ୍ଷା
ତପଶ୍ଚର୍ଯ୍ୟା ବ୍ରହ୍ମଚର୍ଯ୍ୟ
ତ୍ୟାଗ ସମଦୃଷ୍ଟି ମୌନ ସୁଚିନ୍ତନ
କରେ ମନୁଷ୍ୟକୁ ପୂଜ୍ୟ ।
ସଦଗ୍ରନ୍ଥ ପଠନ ମନନ ସ୍ବାଧ୍ଯାୟ
ଆର୍ଜବ ସରଳ ଗୁଣ
ରଖ ସୁବିଶ୍ୱାସ ମନରେ ସନ୍ତୋଷ
ବନ୍ଧୁତା ମୈତ୍ରୀ ସଦ୍ଭାବ ।
ଜନମ ପୂର୍ବରୁ ମରଣର ପରେ
ନୁହଁନ୍ତି କେହି କାହାର
ପରମାତ୍ମାଙ୍କର ଅଂଶ ହିଁ କେବଳ
ଆତ୍ମା ହିଁ ଅବିନଶ୍ୱର ।
କର କୃଷ୍ଣ ନାମ ଭଜନ ଶ୍ରବଣ
ସେବାପୂଜା ସଙ୍କୀର୍ତ୍ତନ
ସର୍ବଧର୍ମ ସଂସ୍କାର ସୁକର୍ତ୍ତବ୍ୟ ଧ୍ୟାନ
ରଖ ନିଷ୍ଠା ସମର୍ପଣ ।
ଜୀବନର ଲକ୍ଷ୍ୟ ଆରମ୍ଭ ଓ ଶେଷ
ସୁମଙ୍ଗଳ ଶୁଭପ୍ରଦ
ଉତ୍କର୍ଷୁ ଭବ୍ୟତା ସୁଲଭୁ ଦିବ୍ୟତା
ସୁନ୍ଦର ପରମାନନ୍ଦ ।
-----