ସ୍ତ୍ରୀ
ସ୍ତ୍ରୀ
ଟାେପାଏ ସିନ୍ଦୂର କ'ଣ
ଦେଇପାରିବ ସ୍ତ୍ରୀ ର ପରିଚୟ
ଦି'ପଟ ଶଙ୍ଖା ବି ନୁହେଁ
ଜୀବନର ଶେଷ ପରିଚୟ
ଗାେଟେ ଦିନର ପ୍ରେମରେ ମଧ୍ୟ
କୁଆଁରୀ ହାେଇଯାଏ ସ୍ତ୍ରୀ
ରକ୍ତରେ ବାେହିଯାଏ
ଦୁଃଖର ନଈ
ତଥାପି ହସେ
ହୃଦୟକୁ ନିଷ୍ଠୁର କରେ
ପତିତା ସାଜି
ସେ ସ୍ତ୍ରୀ
ଅନ୍ୟର ଦୁଃଖରେ
ଝରାଏ ଆଖିରୁ ଲୁହ
ସୀମା କୁ ଲଂଘି
ଯାଇପାରେନି ବୋଲି
ସେ ସ୍ତ୍ରୀ
ଦୁନିଆର ଦରଜକୁ
ଚାପି ରଖେ ବୋଲି
ସେ ସ୍ତ୍ରୀ ।