Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Banasmita Panda

Tragedy


3  

Banasmita Panda

Tragedy


ସ୍ତ୍ରୀ ମନ

ସ୍ତ୍ରୀ ମନ

1 min 158 1 min 158


କାଶ୍ ସ୍ତ୍ରୀ ମନର ବି

କିଛି ଉପଚାର ଥାନ୍ତା

ସିଟିସ୍କାନ ହୁଅନ୍ତା

ଦେଖନ୍ତେ ତାର

ଅସମର୍ଥତା, ଅନ୍ତର୍ନିହିତ କ୍ଷତ

ଅପମାନ ବିଶ୍ଳେଷଣ ପୂର୍ବକ ଢ଼ୋକ

ଆଶା, ଉପେକ୍ଷାର ରା଼ଞ୍ଚୁଡା ଚି଼ହ୍ନ

ଗ୍ରହଣ କରା ନ ଯାଇଥିବା

ଆବେଦନର ପୃଷ୍ଠଭୂମି

ଯୋଉଠି ପ୍ରେମର ମୂଲ୍ୟ

ଅର୍ଥହୀନ, ଅନାବଶ୍ୟକ

କାଶ୍ ସ୍ତ୍ରୀ ମନର

ସିଟିସ୍କାନ ହୁଅନ୍ତା

ଶୁଣିବାକୁ ମିଳନ୍ତା

ତାର ରୋଦନ, ଆବେଦନ

ଇଚ୍ଛାର ଶେଷ ଧିମ ନିଶ୍ୱାସ

ଲୁହରେ ଓଦା ମନ ଭିତର

ଭୂଇଁ ଗୁଡିକ

ଏକାନ୍ତରେ ଆତ୍ମାର କ୍ରନ୍ଦନ

କାଶ୍ ସ୍ତ୍ରୀ ମନର

ସିଟି ସ୍କାନ ହୁଅନ୍ତା କି

ଅନୁଭବ ହୁଅନ୍ତା

ଲକ୍ଷେ ତାରାର ହସ

ଭିତରେ ଲୁଚି ରହିଥିବା

ନିଃସ୍ଵାର୍ଥ ଭାବନା

ଜୀବନ ବଞ୍ଚିବାର

ଆକାଂକ୍ଷା

ଅସହ୍ୟ କଷ୍ଟ ଏବଂ ଅନବରତ

ଅଣନିଃଶ୍ୱାସୀ ପୃଥିବୀ

ହସିବାକୁ ଚାହେଁ

ତାକୁ ଟିକେ ହସିବାକୁ ଦିଅ

କାନ୍ଦିବାକୁ ଚାହେଁ

ତାକୁ ଟିକେ ପ୍ରେମ ଦିଅ

ସ୍ନେହ ମମତାରେ ଭରା

ତା ଅସ୍ତିତ୍ୱ

ତାକୁ ଟିକେ ବଞ୍ଚିବାକୁ ଦିଅ



Rate this content
Log in

More oriya poem from Banasmita Panda

Similar oriya poem from Tragedy