Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUSMITA MISHRA

Tragedy

3  

SUSMITA MISHRA

Tragedy

ସ୍ତ୍ରୀ ହେବାର କାହାଣୀ ଏହି ତ

ସ୍ତ୍ରୀ ହେବାର କାହାଣୀ ଏହି ତ

2 mins
116



ଯେବେ ସ୍ତ୍ରୀ ଜାତିରେ ମୁଁ ଜନମ ହେଲି, 

ଦୁହିତା ହୋଇ କୂଳର ହିତ ପାଇଁ, 

ବାପ ର ମହତ ରଖିବା ପାଇଁ ,

ନିଜ ଇପ୍ସିତ ଇଚ୍ଛା କୁ ମୁଁ ଛାଡ଼ି ଦେଲି I 

ଭାଇ ସୁଖରେ ସଂସାର ଗଢ଼ିବ,

କୋଠା କରିବ,ଗାଡ଼ି ଚଢ଼ିବ,

ତା ସପନ କୁ ସାକାର କରିବା ପାଇଁ, 

ତା ପ୍ରତି ଥିବା ଅନ୍ଧ ଭାତୃ ପ୍ରେମ ପାଇଁ, 

ବାପ ଘର ଅଧିକାର କୁ ମୁଁ ଛାଡ଼ି ଦେଲି, 

ମୋ ସମ୍ପତ୍ତି କୁ ନ ଆଣି ଗରିବ ହେଲି I 

ଯେବେ ବିବାହ କରି ପତି ଘରକୁ ମୁଁ ଆସି ରହିଲି, 

ବାପା ମାଆ ର ସ୍ନେହ ତ୍ୟାଗ କୁ ମୁଁ ଯେ ଛାଡ଼ିଦେଲି

ପତିର ସୁଖ ପାଇଁ ନିଜକୁ ନିଜେ ମାରି ଦେଇ,

ତା ରଙ୍ଗରେ ରଙ୍ଗେଇ ହୋଇ ନିଜ ରଙ୍ଗ ମୁଁ ଛାଡ଼ି ଦେଲି I 

ଯେବେ ମୁଁ ଏକ ମାଆ ହୋଇଗଲି, 

ନିଜ ସନ୍ତାନ ପାଇଁ ନିଜ ସୁଖ ଛାଡ଼ି ଦେଲି, 

ତା ଲାଳନପାଳନ ରେ ଏତେ ବ୍ୟସ୍ତ ରହିଲି , 

ନିଜର ଅସ୍ତିତ୍ଵ କୁ ମୁଁ କୁଆଡ଼େ ହଜେଇ ଦେଲି I 

ଯେବେ ମୁଁ ସୁନ୍ଦରତା ସହ ବାହାର କୁ ବାହାରିଲି, 

ଅଶ୍ଳୀଳତା ଇଙ୍ଗିତ ର ଶିକାର ହେଲି, 

ସେ ବାଜେ ବଜାରିଆ ବ୍ୟକ୍ତିତ୍ୱ ପାଇଁ, 

ମୋ ଯିବା ଆସିବା ରାସ୍ତା କୁ ମୁଁ ଛାଡ଼ି ଦେଲି I 

ଯେବେ ସବୁକୁ ଛାଡ଼ି ଆଗକୁ ବଢିବାକୁ ଚେଷ୍ଟା କରିଲି ,

ତେବେ ସ୍ଵାର୍ଥୀ,ସ୍ୱେଚ୍ଛାଚାରୀ, ଉଦଣ୍ଡି ନାମ ପାଇଲି, 

ଯେବେ ସମସ୍ତଙ୍କ ପାଇଁ ମୋର ସବୁ ଛାଡ଼ି ଦେଲି, 

ତେବେ ତ୍ୟାଗର ଦେବୀ ହୋଇ , ନିର୍ଜୀବ ମୂର୍ତ୍ତୀ ହୋଇ ଗଲି, 

ହେଲେ ଯେବେ ସବୁ ଛାଡ଼ି ନିସ୍ଵ ହୋଇ ,

 ସମସ୍ତଙ୍କ ପାଖରେ ହାତ ପତେଇଲି,

ତେବେ ଅଲକ୍ଷଣୀ ହୋଇ ତିରସ୍କାର, ଲାଞ୍ଛନା ପାଇଲି I 

ସ୍ତ୍ରୀ ହୋଇ ଜନ୍ମ ହେବାର ଏହି ତ ଗୌରବ ପାଇଲି, 

ଅନ୍ୟ ପାଇଁ ନିଜର ସବୁ ଛାଡ଼ି କେବଳ ସଂସ୍କାରିତ ନାମ ବହିଲି,

ସଂସ୍କାରିତ ସଂସ୍କାର ର ତଳେ ନିଜକୁ ଚାପିଦେଲା ପରେ, 

ସମସ୍ତ ଙ୍କ ଠାରୁ ଏକ ଅନମୋଲ ପୁରସ୍କାର ପାଇଲି

ସେ ପୁରସ୍କାରରେ ଲୁଚିଥିବା ତିରସ୍କାର ର ଅବ୍ୟକ୍ତ କୋହରେ, 

ଶେଷରେ ସମସ୍ତ ସ୍ୱାର୍ଥ ଗଣଙ୍କ ପାଇଁ ଏ ଜୀବନ ମୁଁ ଛାଡ଼ି ଦେଲି I 

ଜନ୍ମ ରୁ ମରଣ ପର୍ଯ୍ଯନ୍ତ ସ୍ତ୍ରୀ ଜାତିରେ ଜନ୍ମ ହେବାର କାହାଣୀ ଏହି ତ, 

ସମସ୍ତଙ୍କ ପାଇଁ ସବୁ ଛାଡ଼ି ଦେଇ ନିଜେ ନିସ୍ଵ ହେବାର କାହାଣୀ ଏହି ତ !

ଏ ସ୍ୱାର୍ଥବାଦୀ ସ୍ଵାର୍ଥ ବନ୍ଧନ ର ସ୍ୱାର୍ଥ ପାଇଁ, 

ମୋର ଅଭିଶପ୍ତ ସ୍ତ୍ରୀ ହେବାର ମୂଲ୍ୟ ଦେଇ, 

ସମସ୍ତଙ୍କ ପାଇଁ ମୋର ସବୁକିଛି ଛାଡ଼ି ଦେଇ, 

ଏ ସ୍ୱାର୍ଥୀ ଦୁନିଆ କୁ ଦିନେ ପଛରେ ପକାଇ, 

ଇହଧାମ ଛାଡ଼ି ବହୁ ଆଗକୁ ମୁଁ,

ନିସ୍ୱାର୍ଥ ଭାବରେ ଚାଲିଗଲି,ଚାଲିଗଲି ,

ନିଜର ପରମ ସ୍ୱାର୍ଥ ଭାଗବତ ପ୍ରାପ୍ତି ପାଇଁ, 

ସ୍ୱାର୍ଥବାଦୀ ବନ୍ଧନ ର ବନ୍ଧନ କୁ ଛାଡ଼ି ଦେଲି, ଛାଡ଼ି ଦେଲି I 


Rate this content
Log in

Similar oriya poem from Tragedy