ସତ ଓ ମିଛ
ସତ ଓ ମିଛ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଲୁଚନ୍ତି ନାହିଁ କି ଲୁଚିବେ ବି ନାହିଁ
ମିଛ ସତ ଦୁଇ ଭାଇ,
ମିଛ ଲୁଚି ଗଲେ ସତ ଖୋଜୁଥାଏ
ଦିନେ ମିଳିଥାଏ ସେହି ।
ଆଜି କାଲି ଲୋକ ନିଜ ସ୍ଵାର୍ଥ ଲାଗି
ମିଛକୁ କୁହନ୍ତି ସତ,
ମିଛ କଥା ଶେଷେ ଧରା ପଡ଼ିଯାଏ
ହେଉଥାନ୍ତି ହନ୍ତସନ୍ତ ।
ଆଗେ ଗୋଟେ କଥା ପଛରେ ଅନ୍ଯଟା
ଯେଉଁ ଜନ କରୁଥାଇ,
ସେହି ଜନ ଅଟେ ମହାନ ମିଛୁଆ
ସଦା ମିଛ କହୁଥାଇ ।
ଅନ୍ୟ ପାଇଁ ଯିଏ ଗାତ ଖୋଳୁଥାଏ
ସେ ଗାତରେ ପଡେ ସେହି,
ଅନ୍ୟ ମାନଙ୍କର ମନ୍ଦ ଚିନ୍ତା କରି
ହରକତ ହୁଅ ନାହିଁ ।
ବାଲ୍ୟ କାଳୁ ପିଲେ ସାବଧାନ ହୁଅ
କେହି କହିବନି ମିଛ,
ସମାଜେ ନିଜର ଶିର ଉଚ୍ଚା ରଖ
ଅନ୍ୟ ସବୁ କରି ତୁଚ୍ଛ ।