STORYMIRROR

Sunanda Mohanty

Action Inspirational Thriller

3  

Sunanda Mohanty

Action Inspirational Thriller

ସଶତ୍ରୀକରଣ 

ସଶତ୍ରୀକରଣ 

1 min
6


ବୋଉ ସତ କହିବୁକି ଥରେ କାନେ କହିଦେବୁ
ମହିଳାସଶକ୍ତି କାରଣରେ ଭାଗ ନେବୁ କି ନନେବୁ
ବୋଉ କହିଲା ବୁଝେନା ମୁଁ ସେସବୁ 
ବୋଉମାନେ ଆମେ ଏସବୁ ନିଶ୍ଚେ କରିବୁ
ସକାଳୁ ଉଠିଲେ ଚାନ୍ଦ ଗାଈ ଗୋବର କାଢ଼ି 
ଗୁହାଳ ସଫା ରଖିବୁ 
ଅନ୍ୟ ପୋଷା ପଶୁ ପକ୍ଷୀଙ୍କ ଦାନା ଯୋଗାଡିବୁ 
ଜେଜେଙ୍କ ପିକଦାନୀ ବାପାଙ୍କ ପାନଡ଼ାଲା 
ଜେଜେମାଆ ବଟୁଆ ଯଥା ସ୍ଥାନେ ଥୋଇବୁ 
ତା ପରେ ପୁଅରେ ବୋଉମାନେ ପିଲାଙ୍କୁ ଉଠେଇବୁ
କାହାକୁ ପେଷ୍ଟ ବ୍ରସ ଧରାଇବୁ କାହା ପାଈଁ ଚା କରିବୁ 
ହକରଠୁ ସମାଜ ଆଣି କାହା ହାତେ ଧରାଇବୁ 
ଏ ସଶତ୍ରୀକରଣ ଦାଣ୍ଡି ଯାତ୍ରା ଅବା ସଭା 
କେତେବେଳେ ବୁଝିବୁ 
ଏମିତି ଯଦି କରିବୁ 
ମା ନାମେ ଜିନ୍ଦାବାଦ ବଦଳେ ମୁର୍ଦାବାଦ 
ପାଉ ପାଉ ଜୀବ ଥାଇ ମୃତାରେ ଗଣତି ହେବୁ 
ଅବଶ୍ୟ ଭୋଟ ବେଳେ ଆସି ଭୋଟ ଦେଇଯାଉଥିବୁ 
ଯଦିଓ ଅନେକ ଦିନୁ ମରିସାରିଥିବୁ 
ପୁଅରେ ଶୁଣାନା ଆଉ ମତେ କିଛି 
ମୋ ପାଈଁ କସ୍ତା ଖଣ୍ଡେ ଆଣିଦେବୁ 
ଫୁଲ ଦିଟା ତୋଳିଦେବୁ 
ପାଇବୁ ଯଦି ନଡ଼ିଆ ଛଡେଇ ଦେବୁ 
ବୋଉ ତୋର ଉପରକୁ ନଡ଼ିଆ 
ଭିତରେ କୋମଳ ନରମ ଏତିକି ତ ବୁଝିଯିବୁ.


Rate this content
Log in

Similar oriya poem from Action