ସର୍ତ
ସର୍ତ
ରାତିରେ ଦେଖା ସପନ ପରି
ସକାଳକୁ ଭାଙ୍ଗିଯାଏ,
ପ୍ରାଣର କିଛି ନାହିଁ ଭରସା
ଶପଥ ବି ମରିଥାଏ ।।
ହୃଦୟ ଦେଇ ପାଇଛି ଭଲ
ରଖି ନାହିଁ କିଛି ସର୍ତ,
ପ୍ରେମ ରଙ୍ଗରେ ରଙ୍ଗୀ ଯାଇଛି
ଆମ ପ୍ରେମ ପରବତ ।।
ମନକୁ ମନ ମିଶାଇ ଦେଇ
କରୁଥାଉଁ ଆମେ ପ୍ରେମ,
ହାତକୁ ହାତ ଧରି ଚାଲିବୁ
ନେଉଥିବୁ ଯେତେ ଜନ୍ମ ।।
ଡେଣା ଥାଇବି ଉଡ଼ି ପାରେନା
ପଞ୍ଜୁରୀ ଭିତରେ ବନ୍ଧା,
ନିଜ ଇଛାରେ ରହି ପାରେନା
ଗୁଳାମିରେ ନାମ ଛନ୍ଦା ।।
ଅବିଶ୍ୱାସର ନିଆଁ ଜଳିଲେ
ସର୍ତ କରେ ଆଗମନ,
ସର୍ତ ଶିକୁଳିରେ ବାନ୍ଧି ଯାଇ
ରହିଥାଏ ପରାଧୀନ ।।
ହାଇରେ ମଣିଷ ତୁ ଯେ ଶ୍ରେଷ୍ଠ
କାହିଁ ଏମିତି ଭାବନା,
ମାନିବା ଲୋକ ମାନିବେ ସଦା
ନକରି କିଛି ବାହାନା ।।
ପରିବର୍ତ୍ତନ ସୃଷ୍ଟିର ଗୋଟେ
ସୁନ୍ଦର ସତ୍ୟ ନିୟମ,
ସମୟ ସାଥେ ବଦଳୁ ଥାଇ
କରିବା ନିଜ କରମ ।।
ପ୍ରେମର ଫୁଲ ଯେଉଁଠି ଫୁଟେ
ସର୍ତ ପାଇନାହିଁ ସ୍ଥାନ,
କଥାର ମୂଲ ରହିଲେ ସଦା
ବଢଇ ମାନବ ମାନ ।।