STORYMIRROR

Bishwaranjan Tripathy

Classics Inspirational Others

3  

Bishwaranjan Tripathy

Classics Inspirational Others

ସ୍ରଷ୍ଟା ର ସୃଷ୍ଟି

ସ୍ରଷ୍ଟା ର ସୃଷ୍ଟି

1 min
11

ଗ୍ରହ ମଧ୍ୟେ ଶ୍ରେଷ୍ଠ ଅଟଇ ପୃଥିବୀ

ସୁନ୍ଦର ଅଟେ ତାର ପ୍ରତିଛବି,

ତିନି ଭାଗ ଜଳ, ଭାଗଟିଏ ସ୍ଥଳ

ରହିଅଛି ପରା ଏଠି।


ଜଳବାୟୁ ଅଟେ ଅତିବ ଉତ୍ତମ

ଉତ୍ତମ ପୁଣି ତାପମାତ୍ରା

ସେଥିପାଇଁ ଜାଣ ପୃଥିବୀ ମଧ୍ୟେ

ଖୁସିରେ ଚାଲିଛି ଜୀବନ ଯାତ୍ରା।


ମାନବ ସମାଜ ଦେଉଥାଏ ନୀତି

ପୃଥିବୀ ମାତାକୁ ଯାତନା କଷଣ

ସେଥିପାଇଁ ବଢେ ତାପମାତ୍ରା ଏଠି

ଏବେ ବଞ୍ଚିବା କଷ୍ଟ ହେଲାଣି ଜାଣ।


ବୈଜ୍ଞାନିକଙ୍କ ଏ ଭବିଷ୍ୟବାଣୀ

ସ୍ଥଳଭାଗକୁ ଜଲ୍ଦି ଗ୍ରାସିବ ପାଣି

ମାନବ ଶୂନ୍ୟ ହୋଇବ ଧରଣୀ

ଏହାକୁ ପୃଥିବୀ ବାସୀ ନପାରେ ଜାଣି।


ଉତ୍ପର୍ନ ହୋଇବ ଅଜଣା ରୋଗ

ବୈଦ୍ୟ, ଡାକ୍ତର ତାକୁ ଚିନ୍ହି ନପାରିବ

ନଥିବ ଇଂଜେକସନ ନଥିବ ଔଷଧ

ଔଷଧ ବିହୁନେ ଜୀବନ ନାଶ ହୋଇବ।


ଏ ସବୁ ଭାବିଲେ ଲାଗଇ କଷ୍ଟ

ସତର୍କ ରହିବାର ଏବେ ଗୋଟିଏ ବାଟ

ସ୍ଥାନେ ସ୍ଥାନେ ବୃକ୍ଷ ଲଗାଇଦେବା

ସ୍ରଷ୍ଟା ର ସୃଷ୍ଟିକୁ ବଞ୍ଚାଇଦେବା।


Rate this content
Log in

Similar oriya poem from Classics