ସରଳ ହୄଦୟ
ସରଳ ହୄଦୟ
1 min
153
ସରଳ ହୄଦୟ ଖୋଜିଥାନ୍ତି ପ୍ରଭୁ
କରିବାକୁ ସଦା ବାସ,
କାହିଁକି ମାନବ ବୁଝେନା ଏତିକି
ଭରୁଛି ଜଟିଳ ବିଷ ।
ସ୍ନେହ ଶ୍ରଦ୍ଧା ଶାନ୍ତି ପ୍ରେମ ଭରା ପ୍ରୀତି
ଅଟେ ଦେହର ଗହଣା,
ଅନ୍ତଃସୁଖ ତେଜି ଧାବିତ ମାନବ
କରେ ନିଜଠି ଛଳନା ।
ଆନ ଚାକଚକ୍ୟେ ଖୋଜେ ସେ ନିଜକୁ
ଶୁଣେନାହିଁ ଅନ୍ତଃସ୍ଵର,
ନିଜେତ ନିଜର ବଇରି ସାଜିଛି
କରିବ କେ ଉପଚାର ।
ହେ ମାନବଜାତି ! ସାନକୁହା ମାନି
ତେଜିଦିଅ କୁଅଭ୍ୟାସ,
ସତ୍ କର୍ମ ଆଦରି ପଥେ ଯାଅ ଚାଲି
ନିଜପରେ ରଖି ବିଶ୍ୱାସ ।
ସରଳ ବୄତ୍ତର ପରିଧିସ୍ଥ ହୋଇ
ସାଜ ଏକ ଅନ୍ତଃବିନ୍ଦୁ,
ହିଂସା ଦ୍ଵେଷ ତେଜି ସଜାଡ ନିଜକୁ
ଲଭିବ ସୁଖର ସିନ୍ଧୁ ।