ସରକାର କା ମାଲ୍
ସରକାର କା ମାଲ୍


ମାଗଣା ଅଛି ତ ଦିଅ
ପଇସା କଥା ନ କୁହ
ଭୋଟ ନେବାର ଅଛି ତ ନିଅ
କିନ୍ତୁ ମାଲ ପାଣି ଟିକେ ଦିଅ l
ଦେହରେ ଜିନ୍ସ ପ୍ୟାଣ୍ଟ
ହାତରେ ସ୍ମାର୍ଟ ଫୁନ
ଟୋକା ଲକ୍ଷରେ କମାଉଛି
କିନ୍ତୁ ବାପାଙ୍କୁ ମେଡ଼ିସିନ ନେବାକୁ
ନିରାମୟ ପଠେଇଦେଉଛି,
କହୁଛି,
ସରକାର ମାଗଣା ଦେଉଛି
ଏହାର ଫାଇଦା ମୁଁ ଉଠାଉଛି l
ବଡ ବଡ ଭାଷଣ ଦେଉଛି
ଟଙ୍କା ପୁଳା ପୁଳା ଆତ୍ମସାତ କରୁଛି
କିନ୍ତୁ ବିଦେଶ କଲେ
ସରକାରୀ ସ୍ପନ୍ସରରେ ଯାଉଛି
ଅଫିସର ହେଇ ଯାହା ବି କାମ ହେଉ
ସରକାରୀ ଗାଡିରେ ଯାଉଛି,
ଯାହା ବି ହେଉ
ମାଗଣାରେ ସବୁ କରିବାର ଅଛି,
ସରକାର କା ମାଲ ଦାରିଆ ମେ ଡାଲ୍
ମୋବାପା ପରା ଶିଖେଇଛି l