Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyanaka daya Kari nema kyha

Classics

3.4  

Priyanaka daya Kari nema kyha

Classics

ସର୍ଜନର ଅଙ୍କୁରୋଦ୍ଗମ_ଉତ୍କଳ ମାଟିର ସନ୍ତାନ

ସର୍ଜନର ଅଙ୍କୁରୋଦ୍ଗମ_ଉତ୍କଳ ମାଟିର ସନ୍ତାନ

1 min
231



ମୋ ଉତ୍କଳ ମାଟି ର ସନ୍ତାନ ମୁହିଁ, ନାହିଁ ମନେ ଭୀରୁ,

ସର୍ବଦା ଟେକ ରଖିଛି, ରଖିବି ମୋ ଜନ୍ମ ମାଟି ପୁରୁ ।


ହାତେ ଧରି ବାଡ଼ି, ବିଦେଶୀ ଙ୍କୁ ଦେଇଥିଲା ସେ ତଡି,

ଦେଖାଇ ଥିଲା ପଥ କହି ଧରି ଅରଟ, ସୁତା ଖିଅ କୁ ଭିଡି ।


ଆଉ ଏକ ପୁତ୍ର ଏହି ମାଟି ମାଆ ର ଯିଏକି ବୁଦ୍ଧି ତିକ୍ଷଣ ତାର,

କଳା ଘୋଡା ଚଢି ପାଇଥିଲା ପଦ ଉତ୍କଳ ଗୌରବର ।


ଯିଏ ଦିନ ହୀନଙ୍କର ଥିଲେ ବନ୍ଧୁ, କିଏ ନଜାଣେ ତାଙ୍କୁ,ନିଜ ପୁତ୍ର ଙ୍କୁ ମରଣ ମୁହଁରେ ଛାଡି ପାଇଲେ ଉତ୍କଳ ମଣି ପଦକୁ ।


ଓଡ଼ିଆ ଭାଷା ଆମ ଓଡ଼ିଆ ର ଗର୍ବ, ଯାହା ପାଇଁ ଏ ମାଟିଧନ୍ୟ,

ଲେଖି ଥିଲେ ମଧୁସୂଦନ ଯାହାକୁ ପଢି ଗଡ଼ ଜିତେ ଜାଣ।


ଓଡ଼ିଆ ମୁହିଁ ରେ ଓଡ଼ିଆ ମୁହିଁ, ଓଡିଶା ଦେଶ ମୋରି ଭୂଇଁ ଆହା କି ମୋହିତ ଛବିଳ ଦିଶେ ଚାରୁ କଳାଙ୍କୁ ଦେଲେ ଅନାଇ।


ନାହିଁ ମନେ ତହିଁ ଟିକିଏ ଗର୍ବ, ଗଢି ବସେ ନୀତି ଚଢେଇ ବାସ,

ଧରି ଲଙ୍ଗଳ ଚାଷୀ ଭାଇ ତା ପେଟ ପାଇଁ କରେ ଚାଷ।


ଓଡିଶା ଭୂଇଁ ରେ ଅନେକ ପର୍ବ ପାଳି ଥାଉ ମିଳିମିଶି ତ,

ସେହି ଭାବକୁ ଦେଖିବା ପାଇଁ ଦୂରୁ ଚାଲି ଆସନ୍ତି ଜାତ ।


ସବୁ ଦେଶ ଠାରୁ ମୋ ଭାରତ ଦେଶ ବଡ଼ ଯାହା ପାଇଁ

ବଡ଼ ନଦୀ ଠାରୁ ବୁହେ ବଡ଼ ଦିଅଙ୍କୁ ।


ମାଟି ଯାହାର ପବିତ୍ର, ଗଙ୍ଗାମାତା ଙ୍କୁ ଆଣି,

କିଂବା ଦେବି ପୁରାଣ ଗାଥା ଏ ମାଟି ର କାହାଣୀ ।


Rate this content
Log in

Similar oriya poem from Classics