Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Others

3  

Binodini Dash

Others

ସରିଗଲା ଏବେ ଗ୍ରୀଷ୍ମର ଦାଉ

ସରିଗଲା ଏବେ ଗ୍ରୀଷ୍ମର ଦାଉ

2 mins
3



ମୌସୁମୀ ଆସିଲା ଆକାଶ ହସିଲା

କୋଳେ ମେଘମାଳା ଦେଖାଏ ଭାଉ

ହସିଲା ଧରଣୀ ବରଷା ଛୁଆଁରେ

ସରିଗଲା ଏବେ ଗ୍ରୀଷମ ଦାଉ ।


ତପତ ଧରିତ୍ରୀ ଶାନ୍ତ ସୁଶୀତଳ

ତୃପ୍ତିରେ ବିଭୋର ଜୀବଜଗତ

ଚଷାପୁଅ ମନ ନାଚେ ହରଷରେ 

ଉଠିଆ ହୋଇବ ତାହାର କ୍ଷେତ ।


ରଜସ୍ବାଳା ଧରା ସଦ୍ୟସ୍ନାତା ବେଶେ

ଅଙ୍କୁରିତ ବୀଜ ଧରି କୋଳରେ

ଚମକି ହସିବ ସକଳେ ହସାଇ

ପୁଲକିତ ପ୍ରାଣେ ହରଷଭରେ ।


ଧରାରାଣୀ ସତେ ସବୁଜ ବସନେ

ତା’ର ମନୋହରା ରୂପ ପ୍ରକାଶି

କୋଳର ଧନକୁ ଅତି ସରାଗରେ 

ଅଭୟ ପରଶେ ଦେବ ଆଉଁସି ।


ବଢି଼ବେ କଅଁଳି ଛନଛନ ଭାବେ

ଯେତେ ତରୁଗଣ ଉଲ୍ଲସି ଉଠି

ସତେ କି ସବୁଜ ମୁକୁଟ ମଥାରେ

ତନୁତନିମା ହସିବ ଉକୁଟି ।


କ୍ଷୁଦ୍ର ଜଳାଶୟେ ଡାକଦେବେ ଭେକେ

ଜଳଜୀବମାନେ ବୃହତ୍ ନୀରେ

ହିଲ୍ଲୋଳି ସକଳେ ଖୁସି ଲହରୀରେ

ତୋଳିବେ ଝଂକାର ଯେ ଯାହା ସୁରେ ।


ତଟିନୀର ଗର୍ଭ ଫୁଲି ନାଚୁଥିବ

ସାଗର ବକ୍ଷରେ ମିଶିବା ପାଇଁ

ଧାଉଁଥିବ ତା’ର ଦୁଇ ପାରୁଶର 

ଧନ ଜୀବନଙ୍କୁ ସାଥିରେ ନେଇ ।


ଯେବେ ପୂର୍ଣ୍ଣ ହେବ ମତୁଆଲା ପ୍ରେମ

ନିଜ ଆୟତକୁ ଆସିବ ଫେରି

ଛାଡ଼ି ଯିବ ତା’ର ହ୍ୟୁମସ୍ ଅଂଶକୁ

ନଦୀ ପଠାମାନ ପଟୁରେ ଭାରି ।


ନନା ଜାତି ଫୁଲେ ହସିବ ଅବନୀ

ଶୋଭାମୟୀ ରୂପ କି ଅନୁପମ

ଜନ ହିତକାରୀ ବରଷା କାଳଟା

ପରଜା ପାଳନେ ଅତି ଉତ୍ତମ ।
















Rate this content
Log in