Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarat Jal

Others

2  

Sarat Jal

Others

ସର୍ବେ ହେବେ ସତ୍ୟାନାଶ

ସର୍ବେ ହେବେ ସତ୍ୟାନାଶ

1 min
1.4K



ଏକ କେ ଏକ

ସବୁ ସ୍କୁଲରେ କଣ ଚାଲିଛି

ଆଖି ପୁରେଇକି ଦେଖ ॥


ଏକ ଦୁଗୁଣେ ଦୁଇ

ଉଜ୍ୱଳ,ଉତ୍ଥାନ କାମରେ ଶିକ୍ଷକ

ଝାଳନାଳ ଗଲା ହୋଇ ॥


ଏକ ତିରିକି ତିନି

ଭଲପିଲା ଏବେ ଶ୍ରେଣୀକକ୍ଷରେ

ବସି ବଜେଇଲେ ଗିନି ॥


ଏକ ଚଉକୁ ଚାରି

"ସାଥ"ଟିମ୍ କଥା ଚିନ୍ତାକଲେ

ମୁଣ୍ଡ ହେଉଅଛି ଭାରି ॥


ଏକ ପଞ୍ଚା ପାଞ୍ଚ

ଯୋଜନା ଉପରେ ଯୋଜନା ତିଆରି

ଚାଲିଛି ଇଏ କି ନାଚ ॥


ଏକ ଷୋକ ଛଅ

ଦେଖି ଶିକ୍ଷାନୀତି ସ୍କୁଲର ସ୍ଥିତି

ଆଖିରୁ ଝରୁଛି ଲୁହ ॥


ଏକ ସତାଁ ସାତ

ଉଜ୍ୱଳ ହେଉକି ଅନ୍ଧାର ହେଉ

ମିଳୁଥାଉ ଅଣ୍ଡାଭାତ ॥


ଏକ ଅଷ୍ଟାଁ ଆଠ

ଅଫିସରଙ୍କର "ଆପ୍"ଖେଳରେ

ସଭିଏଁ ହେଲେଣି କାଠ ॥


ଏକ ନୁଆଁ ନଅ

କାଗଜ କଲମ ଚାଷରେଚାଷରେ

ଚାଲିଥାଉ ବିଦ୍ୟାଳୟ ॥


ଏକ ଦଶାଁ ଦଶ

ବହିପାଠ ଛାଡି ଚାଳିଶିଦିନରେ

ସର୍ବେ ହେବେ ସତ୍ୟାନାଶ ॥


ଶରତ ଚନ୍ଦ୍ର ଜାଲି

ତା;୬/୭/୧୮


Rate this content
Log in