Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kumarlal Rana

Others

4.0  

Kumarlal Rana

Others

ସର୍ବେ ଆମେ ନାଗରିକ

ସର୍ବେ ଆମେ ନାଗରିକ

1 min
164


ସର୍ବେ ଯେତେ ଅଛୁ  ପିଲା ଠାରୁ ବୁଢା

      ସମସ୍ତଙ୍କ ଅଛି  ଜ୍ଞାନ ।

କେହି   ନୁହେଁ  ବଡ଼ କେ ନୁହନ୍ତି ସାନ

      ଆମେ ସବୁ   ଭାଗ୍ୟବାନ ।

ଆମ     ଜ୍ଞାନ    ଆମ   ପାଇଁ ଜାଗରଣ

      ଭାରତ ମାଟିରେ ପୁରେ ।

ସର୍ବେ ଆମେ ଏକ  ଭାରତ   ମାଆର

         ସନ୍ତାନ  ଭାଗ୍ୟ ବଳରେ ।

ଅରଜିଛି  ମାଟି ଅକ୍ଷୟ କିରତୀ

           ଖଞ୍ଜିଛି ଚିତ୍ତ ବିବେକ ।

  ଭାରତ    ମାଟିରେ  ରହିଛୁ କବଳେ

        ସର୍ବେ   ଆମେ  ନାଗରିକ ।

ଦେଶର ମମତା ପାଇଁକି ସଯାଅ

        ଜ୍ଞାନକୁ ମନରେ ଭରି ।

ଏ  ବୀର     ମାଟିକି   କୁସୁମ ବେଶରେ

       ସଯାଅ   କୌତୁକ  କରି ।

ଏଇ  ମାଟି ପାଇଁ ଜାଗ୍ରତ ହୁଅରେ

        ଭାରତ ମାତାର ସୁତ ।

ଭାରତର କୋଟି ପୂଣ୍ୟ ଭାଗ ରଖ

        ଜ୍ଞାନକୁ କରହେ ମିତ ।

ଜାଣି ଅଛ ତୁମେ   ଜନମ   କାଳରୁ

      ପୂଣ୍ୟ ବୋଲି ଏଇ   ମାଟି ।

କରାଅ ପବିତ୍ର    ଦେଶର ହିତକୁ

      ବଢାଅ ମହତ୍ୱ କୀର୍ତି ।

ଆମେ    ସବୁ ଶିଶୁ    ପିଲା ବୁଢା ଯେତେ

     ଅଛୁ ମାଟିରେ   ବିସ୍ତାରି ।

ଭାରତ ମାଆର ଆମେ ନାଗରିକ

     ଚଳୁ  ସର୍ବେ ଏକାପରି ।

ଏ  ମାଟିରୁ ମିଲେ ଭୋଜନ ସୁସ୍ୱାଦୁ

        ଅମର ହୋଇ ରହିଛୁ ।

କେବେ ନ  ଛାଡ଼ିବା ଭାରତ ମାଟିକି

   ସତର୍କରେ   ଆମେ   ଅଛୁ ।


Rate this content
Log in