Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Arjuni charan Behera

Inspirational

3  

Arjuni charan Behera

Inspirational

ସର୍ବ ମଙ୍ଗଳ ଜଗନ୍ନାଥ

ସର୍ବ ମଙ୍ଗଳ ଜଗନ୍ନାଥ

1 min
169


ସର୍ବ ମଙ୍ଗଳ ଜଗନ୍ନାଥ l

ସୃଷ୍ଟି ତୁ କରୁ ଆତଯାତ ll


ମଙ୍ଗଳ ନିର୍ଗୁଣ ମୁରାରୀ l

ଲୀଳା ତୋ ତ୍ରିଗୁଣ ବିସ୍ତାରି ll


ସକଳ ଘଟେ ବସୁ ତୁହି l

ଅଜ୍ଞାନ ମୁହିଁ ନ ଜାଣଇ ll


ତୋହର ନାହିଁ ଆଦି ଅନ୍ତ l

ନମସ୍ତେ ହେ ଦେବ ଅନନ୍ତ ll


ଧର୍ମ ରକ୍ଷଣେ ଦେବ ହରି l

ଧରାରେ ଆସୁ ଅବତରି ll


ଇଚ୍ଛା ବିହାରୀ ଇଚ୍ଛାମୟ l

ଅଚ୍ୟୁତ ଅବ୍ୟକ୍ତ ଅକ୍ଷୟ ll


ଲୀଳା ବିଧୃତ କଳେବର l

ହେ ପ୍ରଭୁ ବ୍ରହ୍ମାଣ୍ଡ ଠାକୁର ll


ଅଶେଷ ମହିମା ତୋହର l

କାହୁଁ ଜାଣିବି ନର ଛାର ll


କୃପା କର ହେ ନାରାୟଣ l

ଭଜେ ତୋ ପଙ୍କଜ ଚରଣ ll     



Rate this content
Log in

Similar oriya poem from Inspirational