Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

4  

Binodini Dash

Inspirational

ସପଥ ନେବା ନିଶା ଛାଡ଼ିବା

ସପଥ ନେବା ନିଶା ଛାଡ଼ିବା

2 mins
4



ନିଶା ସେବନ କଲେ ଚେତନ

ନାଶ ପଥରେ ଗତି

ଜୀବନାକାଶୁ ସୁଖ ହରଣ

ରୋଗ ଉଠଇ ମାତି ।


ଶରୀର ନଷ୍ଟ ହୁଅଇ ଧୀରେ

ନିଶାକୁ କଲେ ସାଥୀ

କ୍ୟାନସର ତ ମୃତ୍ୟୁ ପର୍ଯ୍ୟନ୍ତ

ଦିଅଇ କଷ୍ଟ ଅତି ।


ଧନ ସମ୍ପଦ ହୁଅଇ ଚୁର

ଶେଷେ ହାତରେ ଥାଳ

ତା’ ସାଥେ ସୁଖ ଶାନ୍ତି ହଜାଇ

ହୋଇବା କଲବଲ ।


ଅସାବଧାନ ହୋଇକି କିଆଁ

ସାରିବା ସବୁ ବେଳ

ବେଳହୁଁ ସାବଧାନ ହୋଇଲେ

ବଢ଼ିବ ମନୋବଳ ।


ଯେ ନିଶାଗ୍ରସ୍ତ କରେ କି କାଣ୍ଡ

ଦେଖଣାହାରୀ ଜାଣେ

ସମ୍ପର୍କେ ଫାଟ ହୁଅଇ ନିତି

କଳିଝଗଡ଼ା କିଣେ ।


ପରିବାରରେ ସତେ କି ବହେ

ବଡ଼ ଧରଣ ବାତ୍ୟା

ଲାଗେ ଜୀବନ ଅତି ବିଷମ

କରେ କେ ଆତ୍ମହତ୍ୟା ।


ଉତ୍ତର ପିଢ଼ି ଉପରେ କେତେ

ପଡ଼ଇ କୁପ୍ରଭାବ

ଭାବିଲେ ଟିକେ ଲୋମ ଟାଙ୍କୁରେ

ନୃଶଂସ ପରାଭବ ।


ଅଶେଷ କ୍ଷୟକ୍ଷତି ସାଧନ

କରଇ ଏହି ନିଶା

ସମାଜ ବୁକେ ଲାଗେ କଳଂକ

ହାରି ସବୁ ଭରସା ।


ଲୋକେ କହନ୍ତି ନିଶା ପାଇଁ କି

ବଢ଼ଇ ରାଜକୋଷ

ନିଶାରେ ଯଦି ଜୀବନ ଯାଏ

ଧନ ହୋଇବ କିସ ?


ସୁଖେ କି କେହି ତୋଳଇ ଘର

ଆପଣା ଜନ ଛାଡ଼ି

ତେବେ ନିଶାକୁ କାହିଁକି କୁହ

ଧରିବା କେ ଜାବୁଡ଼ି ?


ଶିକ୍ଷା ସଂସ୍କାରେ ନିଜକୁ ଚାଳି

ଆନେ ଚଳାଇ ନେବା 

ଶପଥ ନେବା ନିଶା ଛାଡ଼ିବା

ଭଲ ମଣିଷ ହେବା ।


Rate this content
Log in

Similar oriya poem from Inspirational