ସ୍ପର୍ଶ
ସ୍ପର୍ଶ




ଗୁରୁଜନଙ୍କର ପଦ ସ୍ପର୍ଶ କଲେ
ଆଶିଷ ମିଳଇ ସଦା,
ଜୀବନର ପଥ ସୁଗମ ହୁଅଇ
ଦୂରୀଭୁତ ହୁଏ ବାଧା ।
ମାଆର ପରଶେ ଅମୄତର ଧାରା
ଆପେ ଆସିଥାଏ ଝରି,
ବାତ୍ସଲ୍ୟ ସାଗରେ ପ୍ରେମର ଜୁଆର
ମନ ହୄଦେ ଯାଏ ଭରି ।
ପିତାଙ୍କ ସ୍ପର୍ଶରେ ଅପୂର୍ବ ଆନନ୍ଦ
ଦେହେ ଯାଏ ଶକ୍ତି ଭରି,
ମିଳଇ ସାହାସ ଆଗେଇ ଯିବାକୁ
ଜୀବନ ବାଜି ନ ହାରି ।
ଠାକୁର ମୂରତି ପଦ ପରଶରେ
ଭରିଯାଏ ହୄଦେ ଭକ୍ତି,
ଦେହରେ ସଞ୍ଚରେ ପୀୟୂଷର ଧାରା
ଲଭଇ ଅସୀମ ଶାନ୍ତି ।