Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Romance Fantasy

3  

Mr.GAGAN BIHARI NAYAK

Romance Fantasy

ସପନରେ ଆସ ଥରେ

ସପନରେ ଆସ ଥରେ

1 min
205



ସପନରେ ତୁମେ ଥରେ ଆସିବ ବୋଲି ।

ସଞ୍ଜ ଆସିବା ଆଗରୁ ଶୋଇ ପଡିଲି ।।

ମୋ ମନ ଦୁଆରେ ଆସି ଡାକିବ ବୋଲି ।

ହୃଦୟ ମନ୍ଦିର ମୋର ରଖିଲି ଖୋଲି ।।0।।


ସାରା ରାତି ଗଲା ବିତି ।

ଅନ୍ଧାର ଟା ମଥା ପିଟି ।

ହତାଶେ ଆକାଶୀ ଜହ୍ନ

ହେଉଥିଲା ଛାଟି ପିଟି

କଇଁ ଚାହିଁ ଚାହିଁ ଗଲା ନିରାଶେ ଶୋଇ ।

ଦଗା ଦିଆ ସମୟଟା

ଗଲା ପଳେଇ ।।୧।।


ଏମିତି କାହିଁକି କଲ

ହେଲି ବଡ କଲବଲ

କଥାଦେଇ ଭୁଲିଗଲ

ପ୍ରେମେ ପ୍ରତାରଣା ଦେଲ

କିଏ କହୁଥିଲା ତୁମେ ଆସିବା ପାଇଁ। ।

ବଢେ ମନତଳ ତାତି 

ତୁମରି ପାଇଁ ।।୨।।




Rate this content
Log in

Similar oriya poem from Romance