Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lipi Nayak

Romance

3  

Lipi Nayak

Romance

ସପନର ଦୁନିଆ

ସପନର ଦୁନିଆ

1 min
158


ଶାନ୍ତ, ସ୍ନିଗ୍ଧ ନିରୋଳା ବେଳାଭୂମିରେ


ଭେଟହେଲା ତୁମସାଥେ


ମିଠାମିଠା କହି ତୋଷିଥିଲ ମନ


ଭଲ ଲାଗିଥିଲା ମୋତେ।।


ଝିପିଝିପି ବରଷାରେ ଭିଜୁଥିଲୁ


ନେଉଥିଲୁ କେତେ ମଜା


ଦୃଶ୍ଯ ହେଉଥିଲା ଦୂରେ ଇନ୍ଦ୍ରଧନୁ 


ସାତ ରଙ୍ଗେ ହୋଇ ସଜ୍ଜା।


ବାଲିର ସଉଧ ଗଢି ଦେଉଥିଲୁ


ରହିବାକୁ ମିଶି ଦୁହେଁ


ସେଇଠି ଗଢିବୁ ସୁନାର ସଂସାର 


ସାହା ହେବେ ପ୍ରଭୁ ଆହେ'।।


ତବ ପରଶରେ ମତୁଆଲା ହୋଇ


ନାଚୁଥିଲା ଏହି ମନ


ସୁଖରେ ଦୁଃଖରେ ସାଥିଟିଏ ହେବି


ବିତାଇବି ଏ' ଜୀବନ। ।


କାହିଁ ଚାଲିଗଲ ଆଉ ନ ଫେରିଲ 


ଚାହିଁଛି ମୁଁ ତୁମ ବାଟ 


ଆଶା ବାନ୍ଧିଅଛି ଫେରିବା ବାଟକୁ


ଭାବୁନି ତୁମ ଏ' ନାଟ।।



Rate this content
Log in

More oriya poem from Lipi Nayak