ସ୍ଵପ୍ନ ସତ୍ୟ ସ୍ବପ୍ନ
ସ୍ଵପ୍ନ ସତ୍ୟ ସ୍ବପ୍ନ
ସ୍ଵପ୍ନ ନୁହେଁ ଯାହା ଉଭେଇ ଯାଇଥାଏ
ସ୍ଵପ୍ନ ତ ତାହା ଯାହା ଶୁଏଇ ଦିଏନି
ସ୍ଵପ୍ନ ନୁହେଁ କେବେ କାହା ଗଣ୍ଠିଧନ
ସ୍ବପ୍ନକୁ କେବେ କେ ବାନ୍ଧି ରଖେନି ।
ସ୍ଵପ୍ନ କୁହେ କଥା ମନର ପ୍ରାଣର
ସ୍ଵପ୍ନ କୁହେ କଥା ପ୍ରତି ବିଚାରର
ସ୍ଵପ୍ନ କୁହେ କଥା ଜନମ ଜନ୍ମର
ସ୍ଵପ୍ନ କୁହେ କଥା ପୁନେଇ ଜହ୍ନର ।
ସ୍ଵପ୍ନ ଗୀତି ଗାଏ ଶେଫାଳୀ ସହିତ
ସ୍ଵପ୍ନ ଝଡିଯାଇ ହୁଏ ଭୂପତିତ
ସ୍ଵପ୍ନ ଖେଳେ ନାହିଁ କାହା ସହ ଖେଳ
ସ୍ଵପ୍ନ ପାଇଁ ସର୍ବେ ହୁଅନ୍ତି ବ୍ୟାକୁଳ ।
ସ୍ଵପ୍ନ ଆଖି ଦେଇ କେବେ ଆସେନାହିଁ
ସ୍ଵପ୍ନ ରାତି ବାଟ କେବେ ଦେଖିନାହିଁ
ସ୍ଵପ୍ନ କାହା ରାସ୍ତା ଦେଖି ଜଗିନାହିଁ
ସ୍ଵପ୍ନ ବିନା କେବେ ରାତି ପାହି ନାହିଁ ।
ସ୍ଵପ୍ନ ଆସିଗଲେ ସତ୍ୟ ଲୁଚେନାହିଁ
ସ୍ଵପ୍ନ ଚାଲିଗଲେ ସତ୍ୟ ଆସେନାହିଁ
ସ୍ଵପ୍ନ ଚାଲେ ସତ୍ୟ ବାସ୍ତବକୁ ନେଇ
ସ୍ଵପ୍ନ ରାସ୍ତା କେବେ କେହି ରୋକିନାହିଁ ।
ସ୍ଵପ୍ନ ପଛେ କେବେ କେ ଯାଇ ପାରେନା
ସ୍ଵପ୍ନ ବିନା ମନ ଭଲ ବି ଲାଗେନା
ସ୍ଵପ୍ନ ସେ ସୁନ୍ଦର ସତ୍ୟ ଚିରନ୍ତନ
ସ୍ଵପ୍ନ ଯଦି କରେ ନ୍ୟାୟ ସଂସ୍ଥାପନ ।
ସ୍ଵପ୍ନ ସହ ତାଳ ଦେଇ ଚାଲିବାକୁ
ସ୍ଵପ୍ନ ହାତ ଠାରି ଡାକଇ ସଭିଙ୍କୁ
ସ୍ଵପ୍ନ ହାତ ଧରି ଥରେ ଯେ ଚାଲଇ
ସ୍ଵପ୍ନ ତାର କେବେ ତାକୁ ନ ଛାଡ଼ଇ ।
ସ୍ଵପ୍ନ ଦେଇଥାଏ ବଞ୍ଚିବା ଆନନ୍ଦ
ସ୍ଵପ୍ନ ବଳେ ମନ ପାଏ ନୂଆ ଛନ୍ଦ
ସ୍ଵପ୍ନ ଦିଏ ଆଗକୁ ବଢିବା ପ୍ରେରଣା
ସ୍ଵପ୍ନ ବି କରେ ବେଳେବେଳେ ବାଟବଣା ।
ସ୍ଵପ୍ନ ସତ୍ୟ ସହ ମିଶେଇ ଚାଲିଲେ
ସ୍ଵପ୍ନ କେବେ କଷ୍ଟ ଦିଏନାହିଁ ତିଳେ
ସ୍ଵପ୍ନ ନୁହେଁ କେବେ ଭୁଲିବା ବିଷୟ
ସ୍ଵପ୍ନ ହିଁ ସତ୍ୟ କର ନକରି ସଂଶୟ ।