Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gopinath Jena

Romance

4.0  

Gopinath Jena

Romance

ସପନ ରାଣୀ

ସପନ ରାଣୀ

1 min
142


ପୀରତି ବଜାରେ ଦେଖା ହେଲା ଦିନେ

     ସପନ ଚୋରଣି ମୋର

ପ୍ରେମ ମନ୍ଦାକିନୀ ବହି ଯାଉଥିଲା

     ମନକୁ କରି ଅସ୍ଥିର 

 ପୀରତି କଦମ୍ବ ଫୁଟି ବାସଦେଲା

ଲାଜ ଲାଜ ଓଠେ କେତେ କଥା ହେଲା

     ଟାଣି ଦେଇ ତା ଓଢ଼ଣୀ ।


ସିଏ ମୋ ମନର ନନ୍ଦନ ବନର 

   ସଜ ଫୁଟା ପାରିଜାତ

ଯେତେ ଦୂରେ ଥିଲେ ମୋ ମନର ବୀଣା

    ଗାଏ ତା ପ୍ରେମ ସଙ୍ଗୀତ

ରୂପ ରାଇଜର ରାଜ କୁମାରୀ ସେ

    ଫଗୁଣ ଦେଶର ରାଣୀ

    ଟାଣି ଦେଇ ତା ଓଢ଼ଣୀ ।


କହିଲି ଜାଣିଛି କେବେ ଫେରିବନି 

   ଆଉ ଏଇ ଜୀବନରେ

ଆଜି ବି ରହିଛି ତୁମ ପାଦ ଚିହ୍ନ

  ମୋ ମନ ବେଳା ଭୂମିରେ

କହିଲା ଗୋ ଧନ ହୁଅନା ବିମନ 

   ମୁଁ ପରା ସପନ ରାଣୀ

   ଟାଣି ଦେଇ ତା ଓଢ଼ଣୀ ।

      



Rate this content
Log in

Similar oriya poem from Romance