ସ୍ଵପ୍ନ ଭରା
ସ୍ଵପ୍ନ ଭରା
ଅସୁମାରି ମୋର ଛୋଟ ଆଶାଟିଏ ,
କିଛି ଖଟା କିଛି ମିଠା ଭରା ଆହେ ॥
ସେ ଆକାଂକ୍ଷା କି ମୋର ପୂରଣ ହୁଏ,
ସବୁ ମନେ ତଳେ ଚାପି ରହେ ॥
କେମିତି ଏହି ସମୟର ବିଡ଼ମ୍ବନା,
ନିଜ କୋହକୁ ମଧ୍ଯ ଚାପି ରଖେ ॥
ଯାହା ଖାଲି ଉପରେ ଉପରେ ହସେ,
ଅନ୍ତର ତ ବେଦନା କୋହରେ କାନ୍ଦେ ॥
କିଏ ସେ ବୁଝିବ ମୋର ମନର ଏ ବ୍ୟଥା,
ଏହି ଯେ ମୋର ହୃଦୟ ଭିତର କଥା ॥
ସମସ୍ତଙ୍କର ଇଚ୍ଛା ମୁଁ ଆଦରି ନେଇଛି,
ନିଜ ଇଚ୍ଛାକୁ ମୋ ସମାଧି ଦେଇଛି ॥
ସେହି ମୋର ସମାଧି ତଳେ,
ନିଜ ଇଚ୍ଛା ଆଜି ଛଟ ପଟ କରେ॥
ତାକୁ କି ଆଦରି ପାରେ ମୁଁ ଆଜି ,
କେଡେ ଅସହ୍ୟ ମୁଁ ପଥର ହୋଇଛି ॥
ସମସ୍ତଙ୍କ ଇଚ୍ଛାକୁ ଆଦରି ନେଇଛି,
ନିଜ ଇଚ୍ଛାକୁ ମୋ ସମାଧି ଦେଇଛି॥
ସମାଧିର ତଳେ ଯାହା ଛଟ ପଟ କରେ,
ମୋର ଲକ୍ଷ୍ୟ ଆକାଂକ୍ଷାର ଆତ୍ମା ॥
ତିଳ ତିଳ ଜଳେ ଏହି ମୋର ହୃଦ,
ସ୍ଵପ୍ନ ଭରା ମୋର ଏହି ମନେ ଭୀତ ॥
ତିଳ ତିଳ ଜଳେ ଏହି ମୋର ହୃଦ,
ସ୍ଵପ୍ନ ଭରା ମୋର ଏହି ମନେ ଭୀତ.... ।।