ସ୍ଵପ୍ନ ଆମ
ସ୍ଵପ୍ନ ଆମ
ସ୍ଵପ୍ନ ଆମ ଦେଶ ଗଢିବା
ସ୍ଵପ୍ନ ଆମ ପରିବେଶ ଗଢିବା
ସ୍ଵପ୍ନ ଆମ ଆମ ଦେଶ ଜାତିକୁ ନେଇ
ଆଗକୁ ବଢିବା ।
ସଂସ୍କାର ସଂସ୍କୃତି
ପରମ୍ପରାକୁ ଆମ ସମୃଦ୍ଧ କରିବା
ଶିକ୍ଷା ସ୍ଵାସ୍ଥ୍ୟ କୃଷି ଆଦି
ସବୁର ବିକାଶ କରିବା
କାରିଗରୀ ଜ୍ଞାନ କୌଶଳ ରେ
ବିଶ୍ଵେ ଆମେ ନାଁ କରିବା
ସ୍ଵପ୍ନ ଆମ ଦେଶ ଗଢିବା ।
ମାନବ ସମ୍ବଳର ବିକାଶ
ମାନବିକତା ମଣିଷ ପଣିଆ ର ବିକାଶ
ଦୟା କ୍ଷମା ଅହିଂସା ମାର୍ଗରେ
ମନୁଷ୍ୟତାର କରିବା ପରିପ୍ରକାଶ
ସ୍ଵତନ୍ତ୍ର ଭାବେ ନିର୍ମାଣ କରିବା
ଆସ ଆମ ଦେଶ
ଆତ୍ମ ନିର୍ଭରଶୀଳ ହୋଇ
ଆମେ ବଞ୍ଚିବା
ପ୍ରାକୃତିକ ସମ୍ପଦକୁ ଆମ ସଞ୍ଚିବା
> ବିଶ୍ଵେ ଆମେ ନାଁ କରିବା
ସ୍ଵପ୍ନ ଆମ ଦେଶ ଗଢିବା ।
କୁସଂସ୍କାର କୁ ସମାଜୁ
ଆମେ ଆମ ତଡିବା
ବଧୂ ହତ୍ୟା ଭୃଣ ହତ୍ୟା
ବିରୁଦ୍ଧରେ ଲଢିବା
ସ୍ତ୍ରୀ ଓ ପୁରୁଷଙ୍କ ମଧ୍ୟେ ଥିବା
ଭେଦା ଭେଦ ଦୂର କରିବା
ଜାତି ଧର୍ମ ବର୍ଣ୍ଣ ଲିଙ୍ଗ ମଧ୍ୟେ
ପାର୍ଥକ୍ୟକୁ ଆମ ମନୁ କାଢିବା
ସୁନ୍ଦର ଆମ ପରିବାର ପରିବେଶ କରିବା
ସ୍ଵପ୍ନ ଆମ ଦେଶ ଗଢିବା ।
ଜୀବେ ଦୟା ନୀତିକୁ ଆସ ପାଳିବା
ଅହିଂସା ପରମ ଧର୍ମ ଭାଳି
ସତ୍ୟ ନ୍ୟାୟ ଧର୍ମ ପଥେ ଚଳିବା
ଜଙ୍ଗଲ ସମ୍ପଦ ପଶୁ ସମ୍ପଦକୁ
ଆସ ଆମେ ସଭିଏଁ ସୁରକ୍ଷା ଦେବା
ସ୍ଵପ୍ନ ଆମ ସୁନ୍ଦର କରି
ଆମ ଦେଶ ଗଢିବା ।