ସଫଳତା
ସଫଳତା




ମଣିଷ ଜନମ ପାଇଛେ ସଂସାରେ
ବଡ ହେବା ପାଇଁ କରିବା ଆଶା ||
ଉଚ୍ଚ ମନା ସଦା ପାଏ ସଫଳତା
ମନରେ ଥାଏ ଯା ଆଶା ଭରଷା ||
ଅସୀମ ଉଦ୍ୟମ ଆପ୍ରାଣ ଚେଷ୍ଟା
ସାହସ ଦିଅଇ ହୃଦୟେ ଭରି ||
ବିଫଳ ହେବାନି କେବେ ଜୀବନରେ
ସତ ପଥକୁ ଥିଲେ ଅନୁସରି ||
କର୍ମରେ ବଂଚିବା କର୍ମରେ ମରିବା
କର୍ମକୁ କରିବା ଏକାକାର ||
ଉଚିତ କର୍ମଟି କରିଲେ ସଂସାରେ
ସାଥିରେ ରହିବେ ପରମେଶ୍ୱର ||
ସଫଳତା ପାଇଁ ବିଭୁ ଆଶୀର୍ବାଦ
ଲୋଡ଼ା ହୁଏ ଜୀବନ ପଥରେ ||
ଚିନ୍ତା ଚେତନାରେ ତାଙ୍କୁ ସ୍ମରଣିଲେ
ସାହା ହେବେ ରହି ତୁମ ପାଖରେ ||