ସଫଳତା
ସଫଳତା
1 min
116
ସଫଳତା ନୁହେଁ କ୍ଷଣକର ଫଳ
ଅବା କେଇ ମୁହୂର୍ତ୍ତର,
ସାଧନା ସଂଯମ ତ୍ୟାଗ ପରିଶ୍ରମ
ଲୋଡୁଥାଏ ନିରନ୍ତର ।।
ସଫଳତା ପଥେ କେବେ ବିଫଳତା
ଅଦିନେ କୁଣିଆ ସାଜେ,
ଶିକ୍ଷା ଦେଇଯାଏ ସମୟ ସାଥିରେ
ଜଗି ଚଳୁଥିବ ଭଲେ ।।