Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sangeeta Barik

Inspirational

3  

Sangeeta Barik

Inspirational

ସଫଳତା

ସଫଳତା

1 min
178


  

ସଫଳତା କେବେ ହୁଏନା ପ୍ରାପତ

ଶେଯରେ ଦେଖିଲେ ସ୍ଵପ୍ନ,

ପ୍ରତିଟି ସୋପାନ ଚଢିବାକୁ ହୁଏ

ଲକ୍ଷ୍ୟ କରି ନିର୍ଦ୍ଧାରଣ ।

କରମକୁ ସଦା ଧରମ ମଣିବା

ମୁହୂର୍ତ୍ତେ ନକରି ନଷ୍ଟ,

ବାଧାବିଘ୍ନ ଏଡି ଚାଲୁଥିଲେ ପଥ

ଲକ୍ଷ୍ୟ ଦିଶୁଥିବ ସ୍ପଷ୍ଟ ।

ସୁଯୋଗ ତ ସଦା ଆସେନାହିଁ ପାଶେ

କରିବାକୁ ହୁଏ ସୄଷ୍ଟି,

ଦୄଢଚିତ୍ତ ହୋଇ ଅଗ୍ରସର ହେଲେ

ସମ୍ଭାବନା ହେବ ବୄଷ୍ଟି ।

ଗୁରୁ ଗୁରୁଜନ ଈଶ୍ୱର ଆଶିଷ

ଅସୀମ ଶକତି ଧନ,

କୄପାରେ ତାଙ୍କର ପଥ ପରିଷ୍କାର

ଦୂର ହୁଏ ବାଧାବିଘ୍ନ ।

ଶ୍ରମର ସମ୍ବଳେ ହୁଅଇ ସଫଳ

ବିଫଳତା ଯାଏ ଦୂରେ,

ଚେଷ୍ଟା ନିଷ୍ଠା ଯାର ମୂଳମନ୍ତ୍ର ହୁଏ

ସଫଳତା ତାକୁ ଝୁରେ ।

  


Rate this content
Log in

Similar oriya poem from Inspirational