Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binata Mohanta

Others

3  

Binata Mohanta

Others

ସନ୍ତାନ

ସନ୍ତାନ

1 min
166


 ମାଆ ଆଶୀଷରେ ଥାଏ ସମ ଭାବ

      ସଭି ସନ୍ତାନ ମଥାରେ 

 କିଏ କେଉଁ ଭଳି ଗ୍ରହଣ କରେ

      ନିର୍ଭର ତାହା ଉପରେ ।।


 ସଭିଙ୍କୁ ସ୍ତନ୍ୟପାନ କରାଇ

      ହାତ ଧରି ଚାଲି ଶିଖାଏ

 କିଏ ତ'ର ମୂଲ୍ୟ ବୁଝେ

       ଆଉ କିଏ ବୁଝି ନଥାଏ ।।


 ଶୈଶବରେ ଶିକ୍ଷା ପ୍ରଶିକ୍ଷଣ ଦିଏ

       ସଭିଙ୍କୁ ଏକ ପ୍ରକାର

 କିଏ ଏହା ଗ୍ରହଣ ନକରେ

       କିଏ ମୂଲ୍ୟ ରଖେ ଏହାର ।।


 ପାଠପଢି ସେ ତ ପ୍ରତିଷ୍ଠିତ ହୁଏ

       ଏକ ଉଚ୍ଚ ପଦବିରେ

 କିଏ ପୁଣି ଜୀବନ କାଟେ

       ଦୈନନ୍ଦିନ ମଜୁରୀରେ  ।।


 ହଉ ସିଏ ବଡ ଅଫିସର ଅବା

       ଚପରାସି କାର୍ଯ୍ୟେ ରତ

 ସନ୍ତାନଙ୍କ ସର୍ବଦା ମଙ୍ଗଳ ନିମନ୍ତେ

       ମନାସେ ପୂଜାବ୍ରତ  ।।



Rate this content
Log in