STORYMIRROR

Usharani Sahoo

Tragedy

4.5  

Usharani Sahoo

Tragedy

ସଂସାର ଵନ୍ଧନ

ସଂସାର ଵନ୍ଧନ

1 min
311


ବିଶ୍ୱ ସୃଷ୍ଟିକର୍ତ୍ତା ଦଇଵ ବିଧାତା

ଗଢିଛି କେତେ ଯତନେ

ଏ ଧରା ଧାମରେ ମାନବ ଜନ୍ମରେ

ଶ୍ରେଷ୍ଠ ପରିଚିତ ନାମେ।


ବଞ୍ଚିବା ପାଇଁକି ଜ୍ଞାନ ବୁଦ୍ଧି କର୍ମ

ଚଳିବା ପାଇଁ ସଂସାର

ମନ ଜାଣି ଫଳ କରନ୍ତି ସଫଳ

ପ୍ରାଣୀ ମଧ୍ୟେ ଅଟେ ସାର।


ମାନବ ଜୀବନ ଅତୀଵ ଜଟିଳ

ସଂସାର ମଧ୍ୟରେ ରହି

ମୋହର ମାୟାର ବନ୍ଧନରେ ପଡ଼େ

ଇନ୍ଦ୍ର ଚନ୍ଦ୍ର ଭୁଲିଯାଇ।


ସଂସାର ଵନ୍ଧନ ମିଛର ବନ୍ଧନ

ହୃଦେ ଅହଂକାର ଥାଏ

ଗର୍ବ ଅହଂଭାଵ ସ୍ବାର୍ଥ ପ୍ରୀତି ଭାଵ

ହୃଦୟକୁ ଜିଣିଥାଏ।


ଜନମ ମରଣ ଦୁଇଟି ଦିନର

ଜୀବନ ଯନ୍ତ୍ରଣା ଯୁଇ

ସଂସାର ଵନ୍ଧନେ ଛନ୍ଦି ଦେଇ ପ୍ରଭୁ

ଲୀଳା ରଚୁଅଛ ତୁହି।

>

ମାୟାର ବନ୍ଧନ ଅନ୍ଧକାରଛନ୍ନ

ମନ ହୁଏ କଳୁଷିତ

ମୁଖରେ ଅମୃତ ହୃଦୟରେ ପାପ

ହେଉଥାଏ ଛଟପଟ।


ସଂସାର ଵନ୍ଧନ ମାୟାର ଆଛନ୍ନ

ସ୍ୱାର୍ଥ ପୂର୍ଣ୍ଣ ଥାଏ ମନ

କେମିତି ଉଦ୍ଧାର ହୋଇଵି ହେ ପ୍ରଭୁ

କୃପାକର ଲକ୍ଷ୍ମୀ ପ୍ରାଣ।


ମିଛର ମାୟାର ମୋହର ସଂସାର

କେହି ନୁହନ୍ତି କାହାର

ଆସିଛି ଯେ ଏକା ଯିବି ପୁଣି ଏକା

ପାଶେ ନ ଥିବେ କେ ମୋର।


ସବୁ ଜାଣିଶୁଣି ଅଜଣା ହେଉଛି

ତୁମକୁ ଯାଇଛି ଭୁଲି

ସଂସାର ଵନ୍ଧନେ ଛନ୍ଦି ହୋଇ ମୁହିଁ

ଅଵାଟରେ ପାଦ ଦେଲି।


ତୁମ ବିନା ପ୍ରଭୁ ତୁଚ୍ଛ ଏ ଜୀବନ

ପୁଣି ସଂସାର ଵନ୍ଧନ

ଅଶାନ୍ତ ଵନ୍ଧନୁ ପାରିକର ନାଥ

ପ୍ରଭୁ ହେ ଚକାନୟନ।


Rate this content
Log in

Similar oriya poem from Tragedy