ସଂରଚନା ଏ ପ୍ରକୃତିର
ସଂରଚନା ଏ ପ୍ରକୃତିର
ମୁହିଁ ତ ପ୍ରକୃତି ମୁହିଁ ସୃଷ୍ଟି କର୍ତ୍ତା
ଏ ବିଶ୍ୱର ବିଧାତା ମୁଁ
ନଦ ନଦୀ ହ୍ରଦ ମେଘ ଓ ସାଗର
ସୃଷ୍ଟିର ମୂଳରେ ମୁଁ ।
କାନନ କୁସୁମ ଗିରି ବନ ପ୍ରାନ୍ତ
ଭିଆଇଛି ସବୁ ମୁଁ
ସୃଷ୍ଟି କରିଛି ମୁଁ ଆଲୋକ ଅନ୍ଧାର
ତରୁ ବୃକ୍ଷ ଲତା ମୁଁ ।
ନୀଳ ଗଗନ ର ସୂର୍ଯ୍ୟ ଚନ୍ଦ୍ର ତାର
ଫଳ ମୂଳ ଶସ୍ୟ ମୁଁ
ହୀରା ନୀଳା ମୋତି ମାଣିକ ବାଇଦୂର୍ୟ
ନାନାଦି ଐଶୋର୍ୟ ମୁଁ ।
କୋଟି କୋଟି ଯିବ ସୃଷ୍ଟି ମୁଁ କରିଛି
ନାହିଁ କିଛି ତାର ଅନ୍ତ
ଏହି ବିଶ୍ଵ ମୋର ମୁଁ ୟାର ବିଧାତା
ମୋ ବକ୍ଷକୁ କର କ୍ଷତ ।
କରିଛ ମୋ ରୂପ କଦର୍ଯ୍ୟ କୁତ୍ସିତ
ବିଶ୍ୱେ ମୋ ମାନ ମହତ
ମୋର ସ୍ୱୋରୂପ କୁ କରିଣ ନିହତ
ମାନବ ହେବ ହତାସ ।
ମାନବ ଜାଣିନି ମୋହର ପ୍ରଭାବ
ନିଜ ସ୍ଥିତି ହଜାଇବ
ମୋ ସ୍ଥିତି ସମନ୍ଧେ ଯଦି ନ ବୁଝିବ
ଶାନ୍ତ ରୂପ ବଦଳିବ ।
ଜଳ ବାୟୁ ପୁଣି ବିକୃତ ହୋଇବ
ମରୁଡି ମାଡ଼ି ଆସିବ
ଜଳ ବର୍ଷା ବିନୁ ସୃଷ୍ଟି ନାଶ ଯିବ
ରୋଗେ କୂଳ ନାଶ ହେବ ।
ବୃଥା ଅସ୍ଫାଳନ ବୃଥା ବଡ ପଣ
କରିଲ ଗଛ ଛେଦନ
ବଣ ଜଙ୍ଗଲ କୁ ଧ୍ଵଂଶ କରି ଚାଲ
ଏ କି ତୁମ ବଡ ପଣ ।
ନୂତନ ଜଙ୍ଗଲ ସୃଷ୍ଟି କରିବାରେ
ଆସ ମୋ କୋଳେ ଆଗେଇ
ଗୋଟି ଗୋଟି ଚାରା ରୋପଣ କରିଲେ
ପାଳିବି ପ୍ରାଣୀଙ୍କୁ ନେଇ ।