Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunita Barik

Others

5.0  

Sunita Barik

Others

ସଂପର୍କ

ସଂପର୍କ

1 min
467


ସଂପର୍କକୁ ଅତି ନିକଟରୁ 

ଵୁଝିବା କଣ ଏତେ ସହଜ!

କିଛି ବିଶ୍ବାସ କିଛି ଅବିଶ୍ବାସ

କିଛି ଆଶା କିଛି ନିରାଶା

କିଛି ପ୍ରାପ୍ତି ଆଉ କିଛି ଅପ୍ରାପ୍ତି

କିଛି ବୁଝାମଣା 

ପୁଣି କିଛି ଅବୁଝା ପଣ ।

ଏସବୁ କୁ ନେଇ 

ସଂପର୍କ କେବେ ମଧୁରତାର

ସ୍ବାଦ ଚଖାଏ ତ କେବେ

ତିକ୍ତତା ଭରି ଦିଏ ଅତି

ଆପଣାର ମଣିଷଟି ମନରେ

କେବେ ପୁଣି ସଂପର୍କ ତାର 

ରଙ୍ଗ ଦେଖାଏ ତାର ।

ବିକଟ ପରିସ୍ଥିତିରେ

ଜଣାପଡେ ପ୍ରକୃତ ସଂପର୍କର ମୂଲ୍ୟ

କାହା ପାଇଁ କେତେ

ସଂପର୍କ ଏମିତି ଏକ ମଜବୁତ୍ ଖିଅ

ତାକୁ ଜୋର୍ କରି ଧରି ରଖି ହୁଏନା

ବରଂ ତାକୁ ଭଲପାଇବା ଏବଂ ବିଶ୍ବାସ

ଦେଇ ବଞ୍ଚେଇ ରଖିବାକୁ ହୁଏ ।

ସଂପର୍କ ର ରଙ୍ଗ ସେତେଦିନ ଯାଏ

ଚମକୁଥାଏ ଯେତେଦିନ ପର୍ଯ୍ୟନ୍ତ

ପରସ୍ପର ପ୍ରତି ସ୍ନେହ ଅନୁରାଗ

ପାରସ୍ପରିକ ବୁଝାମଣା ଭରି ରହିଥାଏ

ଯେବେ ଠାରୁ ଅବିଶ୍ବାସ, ଘୃଣା ,ହିଂସା

ପରଶ୍ରୀକାତରତା ସଂପର୍କରେ ।

ଫେଣ୍ଟିଵା ଆରମ୍ଭ ହୁଏ

ସବୁ କିଛି ରଙ୍ଗ ହୀନ ଆଉ

ସଂପର୍କ ର ମାନ ଧୂଳି ଧୂସରିତମୟ

ହୋଇ ଆକ୍ତାମାକ୍ତା ହୁଏ 

ଆଉ ଅନ୍ଵେଷଣ କରେ ନୂଆ 

ଏକ ସଂପର୍କ କୁ ।।

            


Rate this content
Log in