Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shashanka sekhar Ray

Others Tragedy

5.0  

Shashanka sekhar Ray

Others Tragedy

ସଂପର୍କ

ସଂପର୍କ

1 min
135



ଶଶାଙ୍କ ଶେଖର ରାୟ


ଦୁନିଆଁର ରଙ୍ଗମଞ୍ଚେ

ଚରିତ୍ର ମୁଁ ଜୀବନ ନାଟକର

ଅଭିନୟ କରେ ଛାଇ ଆଲୋକେ

ଯୋଡି ନୂଆନୂଆ ସଂପର୍କ ।


କେତେବେଳେ ହସେ ପୁଣି କାନ୍ଦେ

ଗୁମସୁମ୍ ନିରବେ ଝୁରିହୁଏ

କାହିଁକି କେଜାଣି କାହାକୁ

ସଭିଏଁ ଲାଗନ୍ତି ମୋର ଅତି ଆପଣାର ।


ଏକା ଏକା ବଞ୍ଚିବାଟା ଏଠି

ମୋ ପାଇଁ ମିଛ ଆଉ ଛଳନା

ରାଗ ଅଭିମାନ ବିଷାଦର ଢେଉ

ଭାଙ୍ଗିଦିଏ କେବେ ସଂପର୍କର ବାଲିଘର ।


ତଥାପି ଅତୀତର ସ୍ମୃତିକୁ ନେଇ

ବଞ୍ଚିହୁଏ କିଛିକ୍ଷଣ

ପାଇବା ହଜେଇବା ଖୋଜିବାର ନିଶାରେ

ବିଭୋର ହେଉଥାଏ ମୋ ଜୀବନ ।


ଗର୍ବ ଅହଂକାର ବଡିମା ସବୁ

ସ୍ଵାର୍ଥମେଧ ଯଜ୍ଞେ ଦେଇ ଆହୁତି

କହି ସଦା ଅମୃତ ବଚନ

ବାନ୍ଧୁଥିବା ସଂପର୍କର ବନ୍ଧନ ।


କେହି ରହିନାହିଁ ଏଠି ଚିରଦିନ

ସମୟ ବେଳାଭୂମିରେ ସମସ୍ତେ

ଛାଡିଚାଲିଯାନ୍ତି କେବଳ

ସଂପର୍କର ପାଦଚିହ୍ନ ।


ମୋ - ୭୩୭୭୧୯୭୯୯୯

ବଟରପଡା ରାଜକନିକା କେନ୍ଦ୍ରାପଡା


Rate this content
Log in