Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarat Jal

Others

2  

Sarat Jal

Others

ସଂନ୍ଧ୍ୟା ଦର୍ଶନ

ସଂନ୍ଧ୍ୟା ଦର୍ଶନ

1 min
6.5K



ରଥକୁ ଆସହେ ଗୋସାଇଁ ଦେବି ଭକତିରସ

ରଖିଛି ଅତିଯତନରେ ତୁମ୍ଭପାଇଁ ଏ ଦାସ ॥


ରଂଗଅଧରରେ ଦେଖିଲେ ନାଲିହସରୁ ଟିକେ

ରହିବନାହିଁ ମୋଯାତନା ଯିବି ଅମର ଲୋକେ ॥


ରୁପରେ ଦିଶୁଛ ବାମନ ମନ ନେଉଛି ଟାଣି

ରୁଧ ମୋ ହୋଇଲା ନିଶ୍ୱାସ

ଆହେ ମୁରଲୀପାଣି ॥


ରବିଠାରୁ ଜିଣି ଜ୍ୟୋତିହେ ତବ ମୁଖମଣ୍ଡଳେ

ରୂପାସୁନା ହୀରାମୋତିରେ ଚାରୁ ଚନ୍ଦ୍ରମା ଢାଳେ ॥


ଋଣି ମୁଁ ତୁମ୍ଭର ଚରଣେ ସବୁ ଜନମେ ହରି

ରଖବା ନରଖ ବସିଛି ତତେ ଭରସା କରି ॥


ରସହୀନ ହୁଏ ହୃଦୟ ତୁମ୍ଭ କରୁଣା ବିନା

ରସିକ ଭକତମେଳରେ ମୋର କାଳିଆସୁନା ॥


ରହିରହି ଯିବ ମାଉସୀଘର ଜନମପୀଠେ

ରମ୍ଭାଫଳ ଆଉ ଶ୍ରୀଫଳ ମାଉସୀ ଦେବ କେତେ ?


ରଖିବ ନଅଦିନ ମାଉସୀ କାନିପଣତ ତଳେ

ରୁଣ୍ଡ ହୋଇ ଦେବତାବୃନ୍ଦ ନାଚିବେ ଭାବବୋଳେ ॥


ରଂଗାଚରଣହେ ନବମୀସଂନ୍ଧ୍ୟା ଦର୍ଶନ ଦେବ

ରୌରବ ନର୍କରୁ ଶରତ ତେବେ ଉଦ୍ଧାର ହେବ ॥


ଶରତ ଚନ୍ଦ୍ର ଜାଲି

ତା:୧୫/୭/୧୮


Rate this content
Log in