ସଂଳାପ-୮୫
ସଂଳାପ-୮୫
ବର୍ଷା----ଅବୁଝା ତୁମେ,
ଘଡଘଡି ଆସନ୍ନ ପୂର୍ବ
ବିକଟ ଚିକ୍ତାର ପଠାଇ ଦିଏ,
ପାହାଡର ଛାତି,
ବିଜୁଳି
ଜାଳି ଦିଏ ସବୁଜିମାର ସ୍ବପ୍ନ,
ଭିଜା ପର ପକ୍ଷୀ ମନ
ଖୋଜେ
ଆଶ୍ରୟ ଘନବୁଦା ଅଡୁହାଳେ,
ଭିଜା ମାଟି ମିଳନ ରାଗେ
ମହକି ଉଠେ ଲୁଣିଆ ସମୁଦ୍ର ଗନ୍ଧେ,
ଝରକା ଅନ୍ତରାଳେ,
କବିପ୍ରାଣ
ଖୋଜିଚାଲେ ରାଗମିଶ୍ର-------!
ବୁଝି ହୁଏନା,
ବର୍ଷା-ତୁମ ଧ୍ୱନି,ମୂର୍ଚ୍ଛନା
ଅବା
ସଙ୍ଗୀତ ରାଗ
ସନ୍ଧିହାନ
ସିନ୍ଧୁଭୈରବୀ ତାଳ,
ମଦଳସା ଛନ୍ଦେ, ବିରହ ମନେ ଭରେ
ରାଗ ମଲ୍ଲହାର,
କୋକିଳ ତାନ
ଚିଂ ଚାଂ ଚେଇଁ ଶବ୍ଧ ସମ୍ଭାରର
ରାଗ ରାବଳି ବି
ଅବୁଝା ହୋଇ ଯାଏ,
ଝର ,ଝର ,ଟପଟାପ୍
ବିନ୍ଦୁ ବିନ୍ଦୁ ପତ୍ରରୁ ଝରି ପଡ଼
ମାଟିର ସ୍ପର୍ଶକାତର ବର୍ଷା
ଅବୁଝା ତୁମେ--------!!
©®କାଶ୍ୟପ,ରାୟଗଡା ।