Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ସଂଳାପ-୮୧

ସଂଳାପ-୮୧

1 min
6.6K


ଶ୍ରାବଣୀ ଚଇତି

ଚଗଲାପବନ

ତୁ ଆସି ବସି ଯା ମୋ ଓଠର ଶିହିରଣେ,

ତୋ ପ୍ରତିଛବିକୁ ରଖିଦିଏ

ବାନ୍ଧି ନୁହେଁ,ତୋ ପୁର୍ଣ୍ଣ ସ୍ୱାଧୀନତା ସହ

ମୁଁ ମୋ ଆତ୍ମାରେ,

ତୁ ପବନ ପୁଣି ଚଗଲା

ବହି ଚାଲିଯିବା ,ତୋ ପ୍ରକୁତି

ଯେତେ ସମୟ ରହିବୁ ମୋ ଘର ଅଗଣାରେ ନେଇ ଆସିବୁ

ସୁବାସିତ ଶ୍ରାବଣ କଦମ୍ବ ସୁଗନ୍ଧ

ତୋ ସହ------------!

ସ୍ମୃତିରେ

ସଜାଡି ରଖି ତତେ

ମନେ ପକାଇ ପ୍ରତି ପ୍ରାତଃ ପ୍ରାର୍ଥନାରେ ଅନ୍ତତଃ ମାଗି ନେଉଥିବି ତୋ ଲାଗି

ଜୀବନର ଶୁଭ କାମନା

ଅମାନିଆ

ଚଗଲା ପବନରେ,

ସମ୍ଭାଳୁଥିବୁ

କିନ୍ତୁ

ମୋ ପ୍ରିୟାର ଓଢଣୀ

ଆଉ

ତା ଲମ୍ବା ମୁକୁଳା କଳା ଘନକେଶ

ଯେଉଁଠି ବନ୍ଦୀ ମୋ ଆତ୍ମା,କାୟା,କଳ୍ପ,

ଅନୁରୋଧ

ରହିଲା ମୋର ତତେ ଚଇତି

ଶ୍ରାବଣୀ ଚଗଲା ପବନ-----!!


©®କାଶ୍ୟପ,ରାୟଗଡା


Rate this content
Log in