ସଂଳାପ-୭୬
ସଂଳାପ-୭୬
1 min
13.4K
ସଂଳାପ-୭୬
#ସନ୍ଦିହାନ,
ଅଛି କି ନା ପ୍ରାଣସତ୍ତା
ମୃତ କି ଜୀବିତ
ସନ୍ଦିହାନ---------- !
ଏଇନେ ଉଠିଛି କବର ତଳୁ,
ଅନାବୃତ/ଅନାବରଣ
ପୃଥିବୀ,
କାଲି ସବୁଜ ଥିଲା ,
ଅଶରୀରି ମାନେ
ଫୁସୁର ଫାସର
ହେବା ଶୁଣିଛି------!!
ଆଜି କିନ୍ତୁ,ଚାରିଆଡେ,
ଧୂଳିର ପାହାଡ଼,
ଜଳ ଶୁନ୍ୟ, ଉତ୍ତପ୍ତ ବାୟୁ ମଣ୍ଡଳ,
ଅସ୍ତିତ୍ୱ ମୋର
ସନ୍ଦିହାନ-------------!!!
©®କାଶ୍ୟପ,ରାୟଗଡା ।