ସଂଳାପ-୩୪ !
ସଂଳାପ-୩୪ !
1 min
1.3K
ସଂଳାପ-୩୪ !
ବର୍ଷାକୁ ପଚାର ତ ଅକାତରରେ
କାହିଁକି ? ମେଣ୍ଟାଏ ଚାତକର ଶୋଷ
ହେଲେ-------
ମୋ ବର୍ଷାରେ ନାହିଁ ଜଳ
ଯଦି ଅଛି ଧଳା ଚିକମିକ
ନେଫେଡା ଦାନ୍ତର ଧଳାରଙ୍ଗ
କୋଟି ମନଲୋଭା ହସ
ଯଦି ସେଥିରେ ମେଣ୍ଟିବ ଶୋଷ
ତୁମର ନେଇ ଯାଇପାର
ସେଥିରେ ବି ଅଛି
ଆଉ ଜଣେ ଅନ୍ତରଙ୍ଗଙ୍କ ଭାଗ
ବାଣ୍ଟି କୁଣ୍ଟି ନେବାକୁ
ପାରିବ ଯଦି କୁହ
ତମ ଘରେ ଆଇମାଙ୍କ
ପାନ ବଟୁଆରେ ସାଇତା ହୋଇ ଅଛି
ଖୋଲି ଦେଖ ସନ୍ତର୍ପଣେ ।
କାଶ୍ୟପ,ରାୟଗଡା ।