ସଂଳାପ-୩୦
ସଂଳାପ-୩୦
1 min
6.6K
ସଂଳାପ-୩୦
ଆଜି ରହି ଯାଅ,
ସମୟକୁ
କହିଦେବି, ସେ ବି ରହିଯିବ,
ସାରାରାତି ବୁଲିବା, ଗପିବା,ଖେଳିବା,
ବର୍ଷା ହେଲେ
ଭିଜିବା
ତମକୁ କିନ୍ତୁ ଭିଜିବାକୁ
ଦେବି ନି
ମୁଁ ଭିଜିବି ଗୋଟାପଣରେ,
ତମେ ହସୁଥିବ
ପୁରାଦେହରେ
ମୁଁ ତରଳୁ ଥିବି ମହମଭଳି
ତୁମ ଉଷ୍ମତାରେ
ତୁମେ ଗାଇବ ଗୀତ
ଆଉ
ମୁଁ ଲେଖି ଚାଲିଥିବି
ଜୀବନ
ରାଜି ମୂଁ ଭାଙ୍ଗିବାକୁ
ସବୁକିଛି
ଆଉ
ସେ ରାଜିରେ ନାହିଁ
ତିଳେ ମାତ୍ର
ଅହଙ୍କାର
ଅବା
ଅନାମିକାର ଅଭିମାନ
ଚାରିଆଡେ ଯଦି ଥିବ,
ମୃଦୁମୂର୍ଚ୍ଛନା
ଏକାକର ହେଉଥିବା ସ୍ୱର
ସମର୍ପଣର,
ଆଉ
ତମେ କହି ଚାଲିଥିବି
ନିଶିକାନ୍ତ ଓଃ ନିଶିକାନ୍ତ
ତମେ ତ ଯାଦୁଗର ହୋ
ମାୟାବୀ ଇନ୍ଦ୍ରଜାଲର----!
©®କାଶ୍ୟପ,
ରାୟଗଡା ।