Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhu mita

Inspirational

4  

Madhu mita

Inspirational

ସନେଟରେ ସୁନାଦିଅଁ

ସନେଟରେ ସୁନାଦିଅଁ

1 min
398



ସୁନା ଠାକୁର ମୋ ସୁନା ବେଶ ଧରି ହୋଇଅଛି ଉଭା ସତେ

ସୁନା ଠାକୁରର ସୁନାବେଶ ଦେଖି ଝଲସେ ନଜର କେତେ!!


ସୁନା ଗହଣା ତା ଅଙ୍ଗଦେଶେ ଲାଗି ଆହୁରି ଝଟକି ଯାଏ

ସୁନା ଠାକୁରର ସୁନାବେଶ ଦେଖି ଲୁହ ରୋକିପାରେ କିଏ!!


ସୁନା ପରି ସେ ତ ଶୁଦ୍ଧ ସୁନାଦିଅଁ ତା ପରି କିଏ ସେ ହେବ

ସୁନାବେଶ ଧରି ରଥ ପରେ ଜଗା ସଭିଙ୍କୁ ଦର୍ଶନ ଦେବ!!


ସୁନା ତା ମୁକୁଟ ସୁନା ଗଳାହାର ସୁନାର ହାତ ଓ ପାଦ

ସୁନା ଭିତରର ସୁନା ହୃଦୟଟି ଖୋଜେ ଖାଲି ସୁନା ଭାବ!!


ସୁନାର କୁଅଁରୁ ସୁନା ପାଣି ଘେନି ଗାଧୋଇ ସୁନା କାଳିଆ

ସୁନା ପରି ଦେହ ଜରରେ କମ୍ପିଲା ଭୟ କରିଲା ଦୁନିଆ!!


ସୁନା ପିଲା ପରି ଓଷଧ ସେ ଖାଇ ପୁଣି ସଜବାଜ ହେଲା

ସୁନା ସବାରୀରେ ବସି ସୁନାପୁଅ ମାଉସୀ ଘରକୁ ଗଲା!!


ସୁନା ପରି ମନ ସୁନା କାଳିଆର ସୁନା ପରି ଧନ ସିଏ!!

ସୁନା ଭକତର ଆରତ ତାରଇ ସୁନା ମୁକୁତି ସେ ଦିଏ!!


Rate this content
Log in

Similar oriya poem from Inspirational